ଚଳିତ ବର୍ଷ ୫ ଦିନ ବଦଳରେ ୪ ଦିନ ପାଳନ ହେବ ପଞ୍ଚୁକ ବ୍ରତ। 

ଭୁବନେଶ୍ୱର(ରାଜ୍ୟକାହାଣୀ)ଆସନ୍ତା ୧୨ ତାରିଖଠାରୁ ଆରମ୍ଭ ହେଉଛି ପଞ୍ଚୁକ । ଚଳିତ ବର୍ଷ ୫ ଦିନ ନୁହେଁ ୪ ଦିନ ପାଳନ ହେବ ପଞ୍ଚୁକ ବ୍ରତ । ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ । କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉ ସୁନାବେଶରେ ଦର୍ଶନ ଦେବେ। ଅନ୍ୟପଟେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏଥର ଭକ୍ତଙ୍କ ସୁରକ୍ଷା ସହ କିପରି ଭାବେ ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରୁରେ ହେବ ଏବଂ କିପରି ମହାପ୍ରଭୁଙ୍କୁ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିହେବ ତା’ ଉପରେ ଗୁରୁତ୍ୱ ଦେଉଛି ଶ୍ରୀମନ୍ଦିର ପ୍ରଶାସନ ।ସେହିପରି ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି ।  ପଞ୍ଚୁକ ପାଇଁ ମୋଟ ୩୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ     । ଏତଦ୍‌ବ୍ୟତୀତ ୫ଜଣ ଅତିରିକ୍ତ ଏସ୍‌ପି, ୧୪ ଜଣ ଡିଏସ୍‌ପି, ୨୬ ଇନ୍ସପେକ୍ଟର ମଧ୍ୟ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ରହିବେ।

Leave A Reply

Your email address will not be published.

14 + fifteen =