ଶୀତକୁ ଉଡାଇ ନେଲା ବାତ୍ୟା ଦାନା । ସ୍ବାଭାବିକ ଦିନଠାରୁ ଏକମାସ ପଛକୁ ଠେଲିନେଲା ଶୀତ।

ଭୁବନେଶ୍ୱର(ରାଜ୍ୟକାହାଣୀ)ଓଡ଼ିଶାରେ ଏଯାଏଁ ଶୀତ ଅନୁଭୂତ ହେଉନାହିଁ । ଦିନ କେଇଟା ପରେ କାର୍ତ୍ତିକ ମାସ ସରିଯିବ । ହେଲେ ଶୀତର ଦେଖା ମିଳିନାହିଁ । ଦୁଇ ଦିନ ହେଲା ସକାଳୁ ସକାଳୁ ହାଲକା ଶୀତ ଅନୁଭବ ହେଉଛି । ବର୍ତ୍ତମାନ ପଶ୍ଚିମା ଝଡର ବି ପ୍ରଭାବ ନାହିଁ । ବାତ୍ୟା ପରେ ମାତ୍ର ଗୋଟିଏ ପଶ୍ଚିମାଝଡ ସୃଷ୍ଟି ହୋଇଛି । ଆଗକୁ ଧିରେ ଧିରେ ତାପମାତ୍ରା କମିବ । କିନ୍ତୁ ହଠାତ୍ ଶୀତ ହେବନାହିଁ । ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ଏହାସହ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହୁଛି । ଦିନର ତାପମାତ୍ରା  ସ୍ବାଭାବିକ କୁ ଫେରୁଛି । ୨୦୨୪ର ଭାରତ ଅତ୍ୟଧିକ ପାଣପାଗଜନିତ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଗତ ୯ ମାସରେ ୨୭୪ ଦିନରୁ ୨୫୫ ଦିନ ପ୍ରଭାବିତ ହୋଇଛି। ୩ ହଜାର ୨୩୮ ଜଣଙ୍କ ମୃତ୍ୟୁ ଘଟିଛି । ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରନମେଣ୍ଟ ରିପୋର୍ଟରେ ଏହା କୁହାଯାଇଛି । ପ୍ରତି ଶତାବ୍ଦୀରେ ଥରେ ଘଟୁଥିବା ଘଟଣା ଏବେ ପ୍ରତି ପାଞ୍ଚ ବର୍ଷରେ ଥରେ ଘଟୁଛି । ଗତ ୧୨୩ ବର୍ଷ ମଧ୍ୟରେ ଏବର୍ଷ ଫେବ୍ରୁଆରୀରେ ଦ୍ବିତୀୟ ସର୍ବାଧିକ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାରଯାଇଛି । ମେ ମାସରେ ଚତୁର୍ଥ ସର୍ବୋଚ୍ଚ ହାରାହାରି ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.

one × 5 =