ଆମେରିକାରେ ମୁଁ ମୋର ଭବିଷ୍ୟତ ଦେଖୁନାହିଁ:  ଏଲନ ମସ୍କଙ୍କ ଝିଅ

ଟ୍ରମ୍ପ୍ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଏଲନ ମସ୍କ ଖୁସି ମଧ୍ୟ ବ୍ୟକ୍ତ କରିଥିଲେ । କିନ୍ତୁ ଏବେ ମସ୍କଙ୍କ ଟ୍ରାନ୍ସ ଝିଅ ଭିଭିୟାନ ଜେନା ୱିଲସନ ଟ୍ରମ୍ପଙ୍କ ବିଜୟକୁ ନେଇ ଖୁସି ନାହାନ୍ତି । ସେ ଘୋଷଣା କରି କହିଛନ୍ତି ଯେ ବର୍ତ୍ତମାନ ସେ ଆମେରିକାରେ ରହିବାକୁ ଚାହୁଁନାହାନ୍ତି ।ୟୁଏସ୍ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପରେ ସୋସିଆଲ ମିଡିଆ ସାଇଟ୍ ‘ଥ୍ରେଡସ’ରେ ଜେନା ୱିଲସନ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ମୁଁ କିଛି ସମୟ ପୂର୍ବରୁ ଏହା ଭାବିଥିଲି, କିନ୍ତୁ ବର୍ତ୍ତମାନ ଏହା ନିଶ୍ଚିତ ମଧ୍ୟ ହୋଇଛି । ମୁଁ ଯୁକ୍ତରାଷ୍ଟ୍ର ଆମେରିକାରେ ନିଜର ଭବିଷ୍ୟତ ଦେଖୁନାହିଁ’ ।ଏଲନଙ୍କ ଝିଅଙ୍କ ଏପରି ବୟାନକୁ ନେଇ ବିଶ୍ୱରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏଲନ ମସ୍କଙ୍କ ଟ୍ରାନ୍ସ ଝିଅ ନିଜ ବାପାଙ୍କଠାରୁ ଦୂରେଇ ରୁହନ୍ତି । ଜେଣ୍ଡର ଚେଞ୍ଜ ଅପରେସନ ପରଠାରୁ ଉଭୟଙ୍କ ସମ୍ପର୍କରେ ଫାଟ ଆସିଥିଲା । ଉଭୟ ପରସ୍ପର ସହ କଥା ସୁଦ୍ଧା ହେବାକୁ ଚାହୁଁ ନାହାନ୍ତି ।

Leave A Reply

Your email address will not be published.

1 × five =