ଯାତ୍ରାରେ ଅପସଂସ୍କୃତି ଓ କୁପରମ୍ପରାକୁ ପ୍ରଶ୍ରୟ ଦିଆଯିବ ନାହିଁ: ଆଇନ ମନ୍ତ୍ରୀ

ଭୁବନେଶ୍ୱର(ରାଜ୍ୟକାହାଣୀ)  ଯାତ୍ରା କମିଟି ମହାସଂଘର କର୍ମକର୍ତ୍ତାମାନେ ଆଜି ବିଭିନ୍ନ ଦାବି ନେଇ ଆଇନ ମନ୍ତ୍ରୀଙ୍କୁ ଭେଟିଛନ୍ତି। ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟୀକରଣ କରୁଥିବାରୁ ଯାତ୍ରା ଅନୁଷ୍ଠାନକୁ ଯାତ୍ରା ପରିବେଷଣ ପାଇଁ ଏକ ସ୍ବତନ୍ତ୍ର ନିୟମ ପ୍ରସ୍ତୁତ କରିବା ସହ ଯାତ୍ରାରେ ଅଶ୍ଳୀଳତା, ଦ୍ବିଅର୍ଥବୋଧକ ସଂଳାପ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ ବିଷୟକୁ ବିରୋଧ ନିମନ୍ତେ ମହାସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ବର୍ତ୍ତମାନ ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ ଚରମ ସୀମାରେ ପହଁଚିଥିବା ବେଳେ ବ୍ୟବସାୟିକ ଫାଇଦା ପାଇଁ ଯାତ୍ରା ଆୟୋଜକ ମାନେ ନଗ୍ନ ନୃତ୍ୟକୁ ପ୍ରଶ୍ରୟ ଦେଉଥିବା ସାଧାରଣରେ ଅଭିଯୋଗ ହେଉଛି । ଅଭିଯୋଗ ପରେ ଏହା ଏବେ ବିତର୍କର ପ୍ରସଙ୍ଗ ପାଲଟିଛି । ଏନେଇ ଏପଟେ ଯାତ୍ରା ମାଲିକଙ୍କୁ ସିଧାସଳଖ ଦାୟୀକରିଛି ଯାତ୍ରା କମିଟି ମହାସଂଘ । ଯାତ୍ରାର ରାତି ପିଛା ମୂଲ୍ୟ ସହିତ ଟିକେଟ୍ ମୂଲ୍ୟ ବୃଦ୍ଧି ହେବାରୁ ଏଭଳି ପରିସ୍ଥିତି ଉପୁଜିଛି । ପ୍ରତ୍ୟେକ୍ଷରେ ଯାତ୍ରାକୁ ନେଇ ମାଲିକ ମାନେ ଚାପ ପକାଉଛନ୍ତି । ଯାହାକୁ ନେଇ ଅଶ୍ଲୀଳତା ବୃଦ୍ଧି ପାଉଛି ।ଏଣେ ଏହି ପ୍ରସଙ୍ଗରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, କୌଣସି ପ୍ରକାରରେ ଯାତ୍ରାରେ ଅପସଂସ୍କୃତି ଓ କୁପରମ୍ପରାକୁ ପ୍ରଶ୍ରୟ ଦିଆଯିବ ନାହିଁ । ସଂସ୍କୃତିର ସୁରକ୍ଷା ଦିଗରେ ଖୁବ୍ ଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରାଯିବ।

Leave A Reply

Your email address will not be published.

five × 4 =