ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦୀପାବଳି ପରେ ପରେ ପଡ଼ିଲା ମହଙ୍ଗା ମାଡ଼ । ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର। ଗତ ମାସ ପରି ଚଳିତ ମାସ ବି ବଢ଼ିଛି କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ । ୧୯ କିଲୋଗ୍ରାମ ଗ୍ୟାସ୍‌ ଯୁକ୍ତ କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍‌ ୬୨ ଟଙ୍କା ଲେଖା ବଢ଼ିଛି । ଆଜିଠୁ ଏହି ନୂଆ ଦର ଲାଗୁ ହେବ । ଗତ ୪ ମାସ ହେବ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ବଢ଼ିବାରେ ଲାଗିଛି| ତେବେ ଆଶ୍ୱସ୍ତିର ବିଷୟ ହେଉଛି ତୈଳ କମ୍ପାନୀଗୁଡ଼ିକ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି । ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡର ମୂଲ୍ୟ ସ୍ଥିର କରାଯାଏ । ଶୁକ୍ରବାରଠାରୁ ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ୬୨ ଟଙ୍କା ବୃଦ୍ଧି କରିଛନ୍ତି । ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଯୋଗୁଁ ବଜାରରେ ମିଳୁଥିବା ଜିନିଷ ମହଙ୍ଗା ହୋଇଯିବ । IOCLର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦାମ ୧୭୪୦ ଟଙ୍କାରୁ ବଢ଼ି ୧୮୦୨ ଟଙ୍କାରେ ପହଞ୍ଚି। କୋଲକତାରେ ଏହା ପୂର୍ବରୁ ୧୮୫୦.୫୦ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୧୯୧୧.୫୦ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ପୂର୍ବରୁ ୧୬୯୨.୫୦ ଟଙ୍କାରେ ମିଳୁଥିବା ସିଲିଣ୍ଡର ଏବେ ୧୭୫୪ ଟଙ୍କାରେ ଉପଲବ୍ଧ ହେବ । ଚେନ୍ନାଇରେ ସିଲିଣ୍ଡର ଦାମ ୧୯୦୩ ଟଙ୍କାରୁ ବୃଦ୍ଧି ପାଇ ୧୯୬୪ ଟଙ୍କାରେ ପହଞ୍ଚିଛି।

Leave A Reply

Your email address will not be published.

nine − 3 =