ଆମ୍ବ ଟାକୁଆ ଖାଇ ୨ ଜଣଙ୍କର ମୃତ୍ୟୁ, ୭ ଗୁରୁତର।

ଭୁବନେଶ୍ୱର(ରାଜ୍ୟକାହାଣୀ) ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଛି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଏଥିରେ ଅନ୍ୟ କିଛି ଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  ଏମ୍‌କେସିଜିରେ ମହିଳା ଓ ସ୍ଥାନାନ୍ତର ବେଳେ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ହୋଇଛି ।  କାହିଁକି ମହିଳାମାନେ ଆମ୍ବ ଟାକୁଆ ଖାଇଥିଲେ? ଦାରିଦ୍ର୍ୟ ପାଇଁ ନା ଆଉ କଣ କାରଣ ପାଇଁ, ତାହା ଜଣାପଡିନାହିଁ।

Leave A Reply

Your email address will not be published.

7 − 2 =