ନଭେମ୍ବର ୧ରୁ  ୭ ମାସ ଧରି ଅଲିଭ୍‌ରିଡ୍‌ଲେ କଇଁଛ ପାଇଁ କଟକଣା 

ଭୁବନେଶ୍ୱର(ରାଜ୍ୟକାହାଣୀ) ନଭେମ୍ବର ୧ରୁ ଆରମ୍ଭ ହେଉଛି ଅଲିଭ ରିଡ୍‌ଲେ କଇଁଛ ଲାଗି କଟକଣା ଆରମ୍ଭ ହେବ। ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ ଭାବେ ୧୪୩୭ ବର୍ଗ କି.ମି. ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ଯାଏ ୧୬୦ କି.ମି. ପର୍ଯ୍ୟନ୍ତ ଲାଗିବ କଟକଣା।  ନଭେମ୍ବର ୧ ତାରିଖରୁ ମେ ୩୧ ଯାଏ ୭ ମାସ ଧରି ନିଷିଦ୍ଧାଞ୍ଚଳ ମଧ୍ୟରେ ମାଛଧରା ଓ ଟ୍ରଲର ଚଳାଚଳ ବନ୍ଦ ରହିବ। ଏଥିସହ ଏହି ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାସୀରେ ଦୁଇଟି ଅଫିସର କ୍ୟାମ୍ପ କରାଯାଇଥିବା ବେଳେ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏକକୂଳା, ସାତଭାୟା, ଜଉଦିଆ, ଦୋବନ୍ଧି, ଶାସନପେଟା, ତାଲଙ୍ଗ, ଜଟାଧାର, ଷଣ୍ଢକୁଦ ୧, ୨, ହାୱାଖାନା, ରାମତାରା ଓ ବନ୍ଦର ଆଦି ୧୪ଟି ସ୍ଥାନରେ ଟର୍ଟଲ୍‌ ପ୍ରୋଟେକ୍ସନ୍‌ କ୍ୟାମ୍ପ କରାଯିବ। ଅଫିସର କ୍ୟାମ୍ପରେ ୫ ଜଣ ଲେଖାଏ କର୍ମଚାରୀ ଓ ଅନ୍ୟ ୧୪ଟି ଟର୍ଟଲ ପ୍ରୋଟେକ୍ସନ କ୍ୟାମ୍ପରେ ୩ ଜଣ ଲେଖାଏ କର୍ମଚାରୀଙ୍କୁ ନିୟୋଜିତ କରାଯିବ।

Leave A Reply

Your email address will not be published.

five × 1 =