ଗ୍ରାହକଙ୍କ ପାଇଁ ଖୁସି ଖବର: ପୂର୍ବପରି କମିପାରେ ମୋବାଇଲ୍ ରିଚାର୍ଜ

ଜୁଲାଇ ମାସରେ ଘରୋଇ ଟେଲିକମ କମ୍ପାନୀଗୁ଼ଡ଼ିକ ଟାରିଫ ମହଙ୍ଗା କରିବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। କିଛି ଗ୍ରାହକ ବ୍ୟବହାର କରୁଥିବା ସର୍ଭିସ୍ ଛାଡ଼ି ବିଏସଏନଏଲକୁ ଚାଲିଯାଇଥିଲେ। ଆଉ ଘରୋଇ ଟେଲିକମ୍‌ କମ୍ପାନୀଗୁଡ଼ିକ ଗ୍ରାହକ ହରାଇବା ପରେ ଏବେ ରିଚାର୍ଜ ଦର କମାଇବାକୁ ଚିନ୍ତା କରୁଛନ୍ତି। ତେବେ ଏଥିପାଇଁ ସେମାନେ କେନ୍ଦ୍ର ସରକାରଙ୍କ ପାଖରେ ଏକ ଦାବି ରଖିଛନ୍ତି। ଟେଲିକମ୍ କମ୍ପାନୀଗୁଡିକୁ ପ୍ରତିନିଧିତ୍ୱ କରୁଥିବା ସଂସ୍ଥା ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (COAI) କମ୍ପାନୀଗୁଡିକ ପକ୍ଷରୁ ସରକାରଙ୍କ ପାଖରେ ଲାଇସେନ୍ସ ଶୁଳ୍କ ହ୍ରାସ କରିବାକୁ ଦାବି କରିଛି। 

ଲାଇସେନ୍ସ ଶୁଳ୍କ ୦.୫ ପ୍ରତିଶତରୁ ୧ ପ୍ରତିଶତକୁ ହ୍ରାସ କରିବାକୁ ସିଓଏଆଇ ଦାବି କରିଛି। ଟେଲିକମ୍ ଅପରେଟରମାନଙ୍କ କହିବା କଥା ହେଲା ଲାଇସେନ୍ସ ଶୁଳ୍କ ହ୍ରାସ ହେଲେ ନେଟୱାର୍କର ନବୀକରଣ ଏବଂ ସମ୍ପ୍ରସାରଣ ସହଜ ହୋଇପାରେ।ଟେଲିକମ୍ କମ୍ପାନୀଗୁଡିକ ୮ପ୍ରତିଶତ ପର୍ଯ୍ୟନ୍ତ ଲାଇସେନ୍ସ ଦେୟ ଦେଉଛନ୍ତି। ଯାହା ବହୁତ ଅଧିକ ବୋଲି COAI ମହାନିର୍ଦ୍ଦେଶକ କହିଛନ୍ତି। ତେଣୁ ସରକାର ଏଥିରେ ହ୍ରାସ କରିବା ଦରକାର ବୋଲି ସେ ଦାବି କରିଛନ୍ତି। ଯଦି ସରକାର ଏବଂ ଟେଲିକମ୍ ନିୟାମକମାନେ ଟେଲିକମ୍ ଅପରେଟରମାନଙ୍କର ଏହି ଦାବି ଗ୍ରହଣ କରନ୍ତି, ତେବେ କମ୍ପାନୀ ଏଥିରୁ ଉପକୃତ ହୋଇପାରିବ। ଫଳରେ କମ୍ପାନୀ ଟାରିଫି ଶସ୍ତା କରି ଗ୍ରାହକଙ୍କୁ ମଧ୍ୟ ତାର ଲାଭ ଦେବ।  ନିକଟରେ ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ମଧ୍ୟ ଏହି ଦାବି ଉଠାଇଥିଲେ ଟେଲିକମ କମ୍ପାନୀ। ଏନେଇ ସରକାରୀ ଅଧିକାରୀଙ୍କ ସହ ଆଲୋଚନା ବି ହୋଇଥିଲା।   

Leave A Reply

Your email address will not be published.

one × 4 =