ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡିଶାର ପାଗ ମୁଖ୍ୟତଃ  ଶୁଖିଲା ରହିବ 

ଭୁବନେଶ୍ୱର(ରାଜ୍ୟକାହାଣୀ)  ବାତ୍ୟା ଦାନା ଓଡିଶା ଛାଡିବା ପରେ ରାତିର ପାରଦ ତଳକୁ ଖସିଛି ।  ଦିନର ତାପମାତ୍ରାରେ  ମଧ୍ୟ  କିଛିଟା ତଫାତ  ପରିଲକ୍ଷତ ହୋଇଛି । ମେଧୁଆ ପାଗ ଲାଗି ରହିଥିବାରୁ   ଆଜି ଅଧିକାଂଶ ସ୍ଥାନରେ  ଦିନର ତାପମାତ୍ରାରେ  ୩୦ ଡିଗ୍ରୀ ତଳକୁ ଖସିଛି । ସେହିପରି ପାରଳାଖେମୁଣ୍ଡିରେ  ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୨.୮ ଡିଗ୍ରୀ ରହିଥିଲା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡିଶାର ପାଗ ମୁଖ୍ୟତଃ  ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଆସିଛି । କିନ୍ତୁ କିଛି ଜିଲ୍ଲାରେ ସ୍ୱଳ୍ପ ବର୍ଷ ହୋଇପାରେ |

Leave A Reply

Your email address will not be published.

20 − nineteen =