‘ଭୂତ’ ମାରିଦେଲା ନିଜ ଗର୍ଭବତୀ ପ୍ରେମିକକୁ ….

ଦିଲ୍ଲୀର ଜଣେ ଯୁବକ ତାଙ୍କର ଗର୍ଭବତୀ ପ୍ରେମିକାଙ୍କୁ ତାଙ୍କର ଦୁଇ ସାହାଯ୍ୟକାରୀଙ୍କ ଦ୍ୱାରା ହତ୍ୟା କରିଥିବା ଅଭିଯୋଗ ହୋଇଛି। ୨୦ ବର୍ଷୀୟ ସୋନିଙ୍କୁ ହତ୍ୟା କରିଥିବା ଯୁବକର ନାଁ ସଲିମ ଓରଫ ସଞ୍ଜୁ। ଏହି ହତ୍ୟାକାଣ୍ଡ ଅତ୍ୟନ୍ତ ଚତୁରତାର ସହ କାର୍ଯ୍ୟକାରୀ କରାଯାଇଥିଲା। ସଲିମ ପ୍ରଥମେ ଯୋଜନା ଅନୁସାରେ ଦୁଇ ବନ୍ଧୁ ହ୍ରିତିକ ଓ ପଙ୍କଜକୁ ଡାକିଥିଲା। ସମସ୍ତେ ଏକାଠି ହୋଇ ହତ୍ୟାକାଣ୍ଡ ଘଟାଇବାକୁ କରୱା ଚୌଥର ଦିନ ଠିକ କରିଥିଲେ।ସୋନି ପଶ୍ଚିମ ଦିଲ୍ଲୀର ନାଙ୍ଗଲୋଇର ବାସିନ୍ଦା ଓ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। ଯେଉଁଠାରେ ତାଙ୍କର ୬ ହଜାରରୁ ଅଧିକ ଫଲୋୟର୍ସ ଥିଲେ। ସେ ତାଙ୍କ ସୋସିଆଲ୍‌ ମିଡିଆରେ ପ୍ରେମିକା ସଞ୍ଜୁ ଆକା ସଲିମଙ୍କ ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ। ପୁଲିସ ଅଧିକାରୀ କହିଛନ୍ତି ଯେ ସଲିମ ତାଙ୍କ ବିଷୟରେ ଇନଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ କରିଛନ୍ତି।

ପୁଲିସ ଅଧିକାରୀ କହିଛନ୍ତି ଯେ ସୋନି ସାତ ମାସର ଗର୍ଭବତୀ ଥିଲେ ଏବଂ ସଲିମଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ, କିନ୍ତୁ ସଲିମ୍ ଏହା କରିବାକୁ ପ୍ରସ୍ତୁତ ନଥିଲେ। ସେ ଶିଶୁଟିକୁ ଗର୍ଭପାତ କରାନ୍ତୁ ବୋଲି ଚାହୁଁଥିଲେ। ଏହି କାରଣରୁ ଦମ୍ପତି ବାରମ୍ବାର ଝଗଡ଼ା କରୁଥିଲେ ଏବଂ ସୋମବାର ଦିନ ସେ ତାଙ୍କ ଘରୁ କିଛି ଜିନିଷ ନେବା ପରେ ସଲିମଙ୍କୁ ଭେଟିବାକୁ ଯାଇଥିଲେ।ଅନ୍ୟପକ୍ଷରେ ସୋନିଙ୍କ ବାପା ଝିଅର ନିଖୋଜ ନେଇ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ୍‌ ସୋନିଙ୍କୁ ଖୋଜୁଥିବା ବେଳେ ତାଙ୍କର ପ୍ରେମ ସମ୍ପର୍କ ସଞ୍ଜୁ ନାମକ ଜଣେ ପିଲା ସହ ରହିଥିବା ବୋଲି ଜାଣିବାକୁ ପାଇଥିଲା।

ଯେତେବେଳେ ସୋନିଙ୍କ ପରିବାର ସଦସ୍ୟଙ୍କୁ ଏ ସମ୍ପର୍କରେ ପଚରା ଯାଇଥିଲା ସେତେବେଳେ ତାଙ୍କ ସାନ ଭଉଣୀ କହିଥିଲେ ଯେ ଦିଦି ଅନେକ ସମୟରେ ଫୋନରେ କାହା ସହ କଥା ହେଉଥିଲେ। ଉକ୍ତ ନମ୍ବରକୁ ସେ ଭୂତ ନାଁରେ ସେଭ କରିଥିଲେ। ଯେତେବେଳେ କେହି ତାଙ୍କୁ କାହା ସହ କଥା ହେଉଛି ବୋଲି ପଚାନ୍ତି ସେତେବେଳେ ସେ ଗୋଟିଏ ଭୂତ ସହ କଥା ହେଉଥିବା କୁହନ୍ତି। ଏପରି କି ଇନଷ୍ଟାଗ୍ରାମରେ ସେ ନିଜ ପ୍ରୋଫାଇଲରେ ‘ଆଇ ଲଭ୍ ଭୂତ’ ଲେଖିଥିଲେ। ସେ ଇନଷ୍ଟାଗ୍ରାମ ରିଲ୍ ତିଆରି କରିବାକୁ ମଧ୍ୟ ବହୁତ ପସନ୍ଦ କରୁଥିଲେ।ଭଉଣୀ ଆହୁରି କହିଛନ୍ତି ଯେ ଧୀରେ ଧୀରେ ସେମାନେ ଜାଣିବାକୁ ପାଇଥିଲେ ଯେ ସୋନି ଯେଉଁ ଭୂତ କଥା କହୁଛନ୍ତି ସେ ସଞ୍ଜୁ ବ୍ୟତୀତ ଆଉ କେହି ନୁହେଁ। ସଞ୍ଜୁ ସହ ଦିଦିର ସମ୍ପର୍କ ଥିଲା। ଦୁହେଁଙ୍କ ମଧ୍ୟରେ ଇନଷ୍ଟାଗ୍ରାମକୁ ବନ୍ଧୁତା ଆରମ୍ଭ ହୋଇଥିଲା।

ଏସବୁ ଭିତରେ ସୋନି ଗର୍ଭବତୀ ଥିବା ଜଣାପଡ଼ିଥିଲା। ପ୍ରଥମେ ପରିବାର ସଦସ୍ୟ ଏହାକୁ ନେଇ ସୋନିଙ୍କ ଉପରେ ରାଗି ଯାଇଥିଲେ। କିନ୍ତୁ ସୋନି ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସଞ୍ଜୁ ତାଙ୍କୁ ବିବାହ କରିବ। ଝିଅ ଠାରୁ ସବୁ କଥା ଶୁଣିବା ପରେ ପରିବାର ଲୋକ ମଧ୍ୟ ବାହାଘର ପାଇଁ ରାଜି ହୋଇଥିଲେ। ଯଦି ସଞ୍ଜୁ ଓରଫ ସଲିମ ଝିଅକୁ ବିବାହ କରେ ନିଏ, ତାଲେ ସବୁ କିଛି ଠିକ୍ ହୋଇଯିବ। କିନ୍ତୁ ଶେଷରେ ଦୁଇ ସାଙ୍ଗ ସହିତ ମିଶି ସଲିମ ସୋନିକୁ ଏକ ଭଡା କାରରେ ହତ୍ୟା କରି ୪ ଫୁଟୁ ଗଦା କରି ଜଙ୍ଗଲରେ ପୋତି ଦେଇଥିଲେ | ତେବେ   ପୁଲିସ କହିଛି ଯେ ସଲିମ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟଜଣେ ପଳାଇଛନ୍ତି ଏବଂ ତାଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି।

Leave A Reply

Your email address will not be published.

20 − 8 =