ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା

ଭୁବନେଶ୍ୱର(ରାଜ୍ୟକାହାଣୀ)  ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ ପୋଲିସ ବଡ଼ ପଦକ୍ଷେପ ନେଇଛି। ରାଜଧାନୀର ସବୁ ଆପାର୍ଟମେଣ୍ଟରେ ଆଇପି ବ୍ୟବସ୍ଥା ଥିବା କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି।ଆପାର୍ଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ ଏହା ନିଶ୍ଚିତ କରିବେ । କ୍ୟାମେରାରେ କଏଦ ତଥ୍ୟ କମିଶନରେଟ ପୋଲିସକୁ ଦେବେ । ଆପାର୍ଟମେଣ୍ଟରେ ଚୋରି ବଢ଼ିବାରୁ କମିଶନରେଟ ପୋଲିସ ଏଭଳି ପଦକ୍ଷେପ ନେଇଛି ।୨୦୨୪ରେ ଟୁଇନି ସିଟିରେ ଆପାର୍ଟମେଣ୍ଟରୁ ୬୫ଟି ଚୋରି ଅଭିଯୋଗ ହୋଇଥିଲା । ଚୋରି ଘଟଣାରେ ୨୯ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

Leave A Reply

Your email address will not be published.

seventeen + 20 =