ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜଧାନୀରେ ପୁଣି ଠାବ ହେଲା ସେକ୍ସ ରାକେଟ୍ । ଭୁବନେଶ୍ୱରରେ ଏକ ସେଲୁନ୍ ଆଣ୍ଡ ସ୍ପା ନାଁରେ ଭିତରେ ଚାଲିଥିବା ସେକ୍ସ ରାକେଟ୍ ଠାବ କରିଛି ପୋଲିସ୍ । ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ପୋଲିସର ରେଡ୍ ପରେ ଏଭଳି କାଣ୍ଡ ସାମ୍ନାକୁ ଆସିଛି । ବଡଗଡ ପୋଲିସ୍ କୌଣସି ସୂତ୍ରରୁ ସେଠାରେ ଅନୈତିକ କାର୍ଯ୍ୟ ଚାଲୁଥିବାର ସୂଚନା ପାଇବା ପରେ ଚଢାଉ କରିଥିଲା । ତେବେ ଏହି ଚଢ଼ଉ ବେଳେ ଜଣେ ଯୁବକ ଓ ୨ଜଣ ଯୁବତୀ ଧରାପଡ଼ିଥିବା ଜଣାଯାଇଛି ।। ତେବେ ଯୁବତୀଙ୍କୁ ଜୋରଜବରଦସ୍ତ ସ୍ପାରେ ରଖିଥିବା ଅଭିଯୋଗ ହୋଇଛି ।ଅନ୍ୟପଟେ ସ୍ପାରୁ ଉଦ୍ଧାର ହୋଇଥିବା ଯୁବତୀଙ୍କ ପୋଲିସ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ମତେ ରିସେପସନ୍ ରେ ଚାକିରି କରିବା ପାଇଁ ଡାକିଥିଲେ । ହେଲେ ଏଠାକୁ ଆସିବା ପରେ ମତେ ଖରାପ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିଲେ । ମୁଁ ଏଥିରେ ରାଜି ହୋଇନଥିଲି । ପରେ ବିଭିନ୍ନ ବାହାନା କରି ମତେ ପୁରୀ ନେଇ ଯାଇଥିଲେ । ପୁଣି ଏଠାକୁ ଆଣି ମତେ ଖରାପ କାର୍ଯ୍ୟ କରିବାକୁ କହିଥିଲେ । ଯୁବତୀ ଜଣଙ୍କ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ବଡଗଡ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୀଡିତାଙ୍କୁ ଡାକ୍ତରୀ ମଇନା ପାଇଁ ପଠାଯାଇଛି ।