ପୁରୀରେ ଆନ୍ଦେଳନକୁ ଓହ୍ଲାଇଲେ ହବିଷ୍ୟାଳୀ

ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ ତେବେ ପୁରୀରେ ହବିଷ୍ୟାଳୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ବୃନ୍ଦାବତୀ ନିବାସ ସାମ୍ନାରେ ଏକାଧୀକ ହବିଷ୍ୟାଳି ଏକାଠି ହୋଇ ଆନ୍ଦୋଳନ କରିଛନ୍ତି। କିଛି ପଞ୍ଜିକରଣ କରି ନଥିବା ହବିଷ୍ୟାଳିମାନେ ରହଣୀ ଦାବି କରି ଆନ୍ଦୋଳନ କରୁଛନ୍ତି। ଏନେଇ ଘଟଣାସ୍ଥଳରେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା ପାଇଁ ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳ ପହଞ୍ଚିଛନ୍ତି। ସେ କହିଛନ୍ତି, ପ୍ରଥମେ ପଞ୍ଜିକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ। ଏହା ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ଦିଆଯିବ। ତେବେ ଚଳିତ ବର୍ଷ ୨୫ ଶହ ହବିଷ୍ୟାଳିଙ୍କ ରହିବା, ମହାପ୍ରସାଦ ସେବନ ଓ ଶ୍ରୀମନ୍ଦିର ଦର୍ଶନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପଞ୍ଜିକରଣ କରିଥିବା ହବିଷ୍ୟାଳି ମାନେ ଆସି ପୁରୀରେ ପହଞ୍ଚିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରତଧାରୀଙ୍କୁ ସ୍ବାଗତ କରାଯାଇ କିଏ କେଉଁ ଶିବିରରେ ରହିବେ, ସେନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବ ।

Leave A Reply

Your email address will not be published.

twenty + 19 =