ମହାପ୍ରଭୁଙ୍କ ୧୨ କୋଟିର ଲଘୁ ଖଣିଜ ଚୋରି ମାମଲା

ଭୁବନେଶ୍ୱର(ରାଜ୍ୟକାହାଣୀ) ମହାପ୍ରଭୁଙ୍କ ଖଣିରୁ ବେଆଇନ ଖଣିଜ ସମ୍ପଦ ଉତ୍ତୋଳନରେ ଚାଲିଥିଲା ମହା ଦୁର୍ନୀତି । କୋଟି କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟି ନେଇଛନ୍ତି ଲିଜଧାରୀ । ପ୍ରମାଣ ମିଳିବା ପରେ ୧୯ ଜଣଙ୍କ ରୟାଲଟି ବାତିଲ କରିବା ସହ ଜରିମାନା କରାଯାଇଛି । ସୂଚନା ମୁତାବକ, ଧାର୍ଯ୍ୟ ପରିମାଣଠାରୁ ଦୁଇରୁ ପାଞ୍ଚ ଗୁଣା ପର୍ଯ୍ୟନ୍ତ ଅଧିକ ଲଘୁ ଖଣିଜ ଉତ୍ତୋଳନ କରାଯାଇଥିଲା। ୨୦୨୩ରେ ମୋଟ ୧୯ଜଣ ଖିଲାପି ଲିଜ୍‌ଧାରୀଙ୍କ କଥା ପଦାକୁ ଆସିଥିଲା। ସର୍ଭେ ରିପୋର୍ଟରେ ଏ ଖଣି ଚୋରି ପ୍ରସଙ୍ଗ ସ୍ପଷ୍ଟ ହେବା ପରେ ନିୟମ ଉଲ୍ଲଙ୍ଘନ କରିଥିବା ଲିଜ୍‌ଧାରୀଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ନୋଟିସ୍ କରିଥିଲେ। ଧାର୍ଯ୍ୟଠାରୁ ଅଧିକ ପରିମାଣର ଖଣିଜ ଉତ୍ତୋଳନ ବାବଦକୁ ଅତିରିକ୍ତ ଟଙ୍କା ପୈଠ କରିବାକୁ ନୋଟିସ୍‌ରେ କୁହାଯାଇଥିଲା। କିନ୍ତୁ, ଥରକୁ ଥର ନୋଟିସ୍‌ ସତ୍ତ୍ବେ କେହି କର୍ଣ୍ଣପାତ କଲେ ନାହିଁ। ସମୟ ଅବଧି ଭିତରେ ରୟାଲ୍‌ଟି ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଦେୟ ଓ ଜରିମାନା ପଇଠ କରି ନଥିବାରୁ ୧୯ଜଣ ଖଣି ଲିଜ୍‌ଧାରୀଙ୍କ ଖଣି ଖନନ ଓ ବିସ୍ଫୋରଣ ଆଦି ଅନୁମତିକୁ ଖୋର୍ଦ୍ଧା ଜିଲ୍ଲାପାଳ ବାତିଲ କରି ଦେଇଥିଲେ। ଯେଉଁମାନେ ଜରିମାନା ଦେଇ ନାହାନ୍ତି ସେମାନଙ୍କ ବିରୋଧରେ ଥାନାରେ ହୋଇଛି ମାମଲା ।

Leave A Reply

Your email address will not be published.

nineteen + six =