ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

ଭୁବନେଶ୍ୱର(ରାଜ୍ୟକାହାଣୀ)  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ସୂଚନା ଅନୁଯାୟୀ ସକାଳ ୧୧ଟା  ୨୫ ମିନିଟ୍ ସମୟରେ ସେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବେ। ପୂର୍ବାହ୍ନ ୧୧ଟା ୫୫ରେ ଜନତାରେ ମଇଦାନ ପହଞ୍ଚିବେ । ସେଠାରେ ୧୨ଟାରୁ ସଭା ଆରମ୍ଭ ହେବ। ବିିଭିନ୍ନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଜନତା ମଇଦାନ ସଭା ପରେ ବିମାନବନ୍ଦର ଯାଇ ସେଠାରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ମୋଦୀ।ଏଥିସହ ସୁଭଦ୍ରା ଯୋଜନାରେ ଆବେଦନ କରିଥିବା ହିତାଧିକାରୀ ମାନଙ୍କୁ ସେହିଦିନ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ। ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଥିବାରୁ ସେଦିନ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଥିଲେ।

Leave A Reply

Your email address will not be published.

nineteen − two =