ସୁନା କିଣୁଥିଲେ ସାବଧାନ! ଗ୍ରାହକଙ୍କୁ ଠକୁଛନ୍ତି ସୁନା ବ୍ୟବସାୟୀ

ଭୁବନେଶ୍ୱର(ରାଜ୍ୟକାହାଣୀ)  ବିଧାନସଭା ଚାଲିଥିବା ବେଳେ  ଗୃହରେ ଗ୍ରାହକଙ୍କୁ ସୁନା ମାନ, ମାପ ଓଜନରେ ଠକୁଛନ୍ତି ସୁନା ଦୋକାନୀ ବୋଲି ରଣେନ୍ଦ୍ର ସ୍ବାଇଁ ପ୍ରଶ୍ନ କରିଥିଲେ।ତାଙ୍କ ପ୍ରଶ୍ନରେ ଖାଉଟି କଲ୍ୟାଣ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ୫ ମାସରେ ୧୧୬ ସୁନା ବ୍ୟବସାୟୀଙ୍କ ନାଁରେ ମାମଲା ହୋଇଛି।  ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ୩,୧୨୫ଟି ଚଢାଉରୁ ୧୧୬ଜଣ ସୁନା ବ୍ୟବସାୟୀ ଗ୍ରାହକଙ୍କୁ ଠକୁଥିବା ଜଣାପଡ଼ିଛି। ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ୩ଲକ୍ଷ ୧୩ହଜାର ୮ଶହ ଟଙ୍କାର ଜୋରିମାନା ଆଦାୟ କରାଯାଇଛି।  କଟକ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲାରେ ସର୍ବାଧିକ ଠକେଇ ହୋଇଛି। ଗତ ବର୍ଷ ୪୯୫ ଅସାଧୁ ସୁନା ବ୍ୟବସାୟୀ ଧରାପଡ଼ିଥିବା ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.

fifteen − 7 =