କଂଗ୍ରେସକୁ ଶକ୍ତ ଧକ୍କା: ଦଳ ଛାଡିଲେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ

ଭୁବନେଶ୍ୱର(ରାଜ୍ୟକାହାଣୀ):ପୁଣିଥରେ ରାଜ୍ୟ କଂଗ୍ରେସରେ ହଲଚଲ ସୃଷ୍ଟି ହୋଇଛି। ଦଳର ସ୍ଥିତି ଦୋହଲୁଥିବାବେଳେ ଆଉ ଏକ ଝଟକା ଲାଗିଛି ପିସିସିକୁ । ପୂର୍ବତନ ନବରଙ୍ଗପୁର ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇଦେଇଛନ୍ତି।

କଂଗ୍ରେସରେ ରହି ଜନସେବା ଆଉ କରିହେବ ନାହିଁ ବୋଲି ପ୍ରଦୀପ ତାଙ୍କ ଇସ୍ତଫା ପାତ୍ରରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଏନେଇ ଆଲୋଚନା ହେଉଥିବାବେଳେ ପ୍ରଦୀପ ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି ଦଳରେ ରହିବେ ବୋଲି ସୂଚନା ଦେଇଥିଲେ। କିନ୍ତୁ ସବୁ କଳ୍ପନା ଜଳ୍ପନାର ଅଂଟା ଘଟାଇ ଆଜି ସେ ଦଳ ଛାଡିଛନ୍ତି । ଖୁବଶୀଘ୍ର ପ୍ରଦୀପ ମାଝୀ ବିଜୁ ଜନତା ଦଳରେ ସାମିଲ ହେବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି।

Leave A Reply

Your email address will not be published.

1 × 3 =