ଜାତୀୟ ଓ ରାଜ୍ୟ ମହିଳା କମିଶନଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର(ରାଜ୍ୟକାହାଣୀ):ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ରାଜ୍ୟ ମହିଳା କମିଶନ ମିନତୀ ବେହେରା ବଲାଙ୍ଗୀର ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି । ଘଟଣାର ସଠିକ ତଦନ୍ତ କରି ୧୫ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କମିଶନ ନିଜ ଆଡୁ ଏକ ମାମଲା ରୁଜୁ କରି ରିପୋର୍ଟ ତଲବ କରିଛନ୍ତି ।

ସେହିପରି ଜାତୀୟ ମହିଳା କମିଶନ ମଧ୍ୟ ନିଜ ଆଡୁ ଏନେଇ ଓଡିଶା ଡ଼ିଜିଙ୍କୁ ରିପୋର୍ଟ ତଲବ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। ଏହାସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର କରିବା ଲାଗି ମୁଖ୍ୟମନତ୍ରୀଙ୍କୁ ଚିଠି ଲେଖିଛନ୍ତି ଜାତୀୟ ମହିଳା କମିଶନ।

Leave A Reply

Your email address will not be published.

twenty − five =