ଭୁବନେଶ୍ୱରରୁ ସୁରଟକୁ ବିମାନ ଚଳାଚଳ : ଶ୍ରେୟ ନେବା ଲାଗି ବିଜେଡି ଓ ବିଜେପି ମଧ୍ୟରେ ବୟାନବାଜି

ଭୁବନେଶ୍ୱର(ରାଜ୍ୟକାହାଣୀ) : ଭୁବନେଶ୍ୱରରୁ ସୁରଟକୁ ବିମାନ ଚଳାଚଳ ପଛରେ କାହାର ଶ୍ରେୟ ରହିଛି, ସେଥିନେଇ ବିଜେଡି ଓ ବିଜେପି ମଧ୍ୟରେ ବୟାନବାଜି ଚାଲିଛି । ସୁରଟରେ ଆୟୋଜିତ ଏକ ପ୍ରବାସୀ ଓଡ଼ିଆ ସମ୍ମିଳନୀରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର କହିଥିଲେ କି, ଭୁବନେଶ୍ୱରରୁ ସୁରଟ ବିମାନ ଚଳାଚଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କ ପାଇଁ ସମ୍ଭବ ହୋଇପାରିଲା । ଆଉ ଏହାର ଶ୍ରେୟ ନବୀନ ବାବୁଙ୍କର । ଏହାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ । ଏପରିକି ସରକାରୀ ଦଳର ମୁଖ୍ୟ ସଚେତକ ତଥା ବିଧାୟିକା ପ୍ରମିଳା ମଲ୍ଲିକ ମଧ୍ୟ ‘ସୁରଟ ବିମାନ’ର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କର । ଏପରିକି ବିଜେପି ଏନେଇ ବାହା ବାହା ନେଉଥିବା କହିଛନ୍ତି ପ୍ରମିଳା । ସେପଟେ ଏହାକୁ ନେଇ ରାଜ୍ୟ ବିଜେପିର ନେତାମାନେ ମଧ୍ୟ ବିଜେଡିର କଥାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ପ୍ରଥମେ ସୂର୍ୟ୍ୟ ନାରାୟଣ ପାତ୍ରଙ୍କୁ କାଉଣ୍ଟର୍ କରି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କି, ବାଚସ୍ପତି ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ ତାଙ୍କ ପଦ ମର୍ଯ୍ୟାଦା ବଜାୟ ରଖନ୍ତୁ । କୌଣସି ଦଳୀୟ ଭାବନା ରଖି ବୟାନ ନ ଦିଅନ୍ତୁ । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ ପରାମର୍ଶ ଦିଅନ୍ତୁ ବୋଲି କଟାକ୍ଷ କରିଛନ୍ତି ପୃଥ୍ୱୀରାଜ । ପୃଥ୍ୱୀରାଜ ଆହୁରି ମଧ୍ୟ କହିଛନ୍ତ,‘ ସୁରଟକୁ ବିମାନ ଉଡ଼ିବା ପଛରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ରହିଛି, ତାହା କହିବା ସମ୍ପୂର୍ଣ୍ଣ ଭୁଲ, କାରଣ ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ନେତାଙ୍କ ଉଦ୍ୟମରେ ସମ୍ଭବ ହୋଇପାରିଛି । ଆମେ ଗ୍ରହଣ କରୁଛୁ ନବୀନ ବାବୁ ଚିଠି ଲେଖି କେନ୍ଦ୍ରକୁ ଜଣାଇଥିଲେ, କିନ୍ତୁ ଏହାକୁ କେବଳ ତାଙ୍କର ଶ୍ରେୟ କହିବା ଏକ ବାହା ବାହା ନେବା ସଦୃଶ ।

Leave A Reply

Your email address will not be published.