ବୃଦ୍ଧାଙ୍କୁ ଦୁଷ୍କର୍ମ : ଅଭିଯୁକ୍ତକୁ ପୋଲିସରେ ଜିମାଦେଲେ ଗ୍ରାମବାସୀ

ମୋରଡା(ରାଜ୍ୟକାହାଣୀ) : ଦୁଷ୍କର୍ମର ଶିକାର ହେଲେ ୬୩ ବର୍ଷ ବୟସ୍କା ବୃଦ୍ଧା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଘୋଳମୁହାଁ ପଞ୍ଚାୟତ ଗଣ୍ଡଗୁହାଳି ଗ୍ରାମରେ । ଦୁଷ୍କର୍ମ ନେଇ ଥାନାରେ ମାମଲା ରୁଜ୍ଜୁ ହୋଇଛି ।

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ବୃଦ୍ଧା ଜଣଙ୍କ ଛେଳି ଆଣିବା ପାଇଁ ଜଙ୍ଗଲକୁ ଯାଇଥିଲେ । ଛେଳି ନେଇ ଆସିବା ସମୟରେ ନିଛାଟିଆ ସ୍ଥାନରେ ଅଭିଯୁକ୍ତ ବୃଦ୍ଧାଙ୍କୁ ଟଣାଓଟରା କରିଥିଲା । ପ୍ରତିବାଦ କରିବାରୁ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ । ପରେ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିଲା ବୋଲି ପୀଡିତା ବୃଦ୍ଧା ଅଭିଯୋଗ କରିଛନ୍ତି । ଦୁଷ୍କର୍ମ ପରେ ଘଟଣା ପ୍ରଘଟ ସହ ଲୋକଲଜ୍ଜା ଭୟରେ ପୀଡିତା ବୃଦ୍ଧାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ । କୌଣସି ପ୍ରକାରେ ଅଭିଯୁକ୍ତର ହାତକୁ ପୀଡିତା କାମୁଡି ଦେବାରୁ ଯନ୍ତ୍ରଣାରେ ଛାଡି ଦେଇଥିଲା । ଏହି ସମୟରେ ପୀଡିତା ଚିତ୍କାର କରିବାରୁ ଆଖପାଖରେ ଥିବା ଲୋକମାନେ ଆସିବାରୁ ଅଭିଯୁକ୍ତ ଦିଲ୍ଲୀପ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିବା ବେଳେ ଗ୍ରାମବାସୀ ଗୋଡାଇ ଗୋଡାଇ ଧରି ପୁଲିସରେ ଜିମାନେଇଥିଲେ । ତେବେ ମୋରଡା ଥାନାରେ ଅଭିଯୋଗ ପରେ ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.