୬୦ ବର୍ଷ ହୋଇଥିଲେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ

ଭୁବନେଶ୍ୱର (ରାଜ୍ୟ କାହାଣୀ)୬୦ ବର୍ଷ ହୋଇଥିବା ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ। ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚିଠି କରାଯାଇଛି ।୬୦ ବର୍ଷ ପରେ MBPY/NSAPରେ ଯେ କୌଣସି ଅଧୀନରେ ପେନସନ ପାଇଁ ଯୋଗ୍ୟ ହେବେ । ଏଥିରେ ରାଜ୍ୟର ୨ ଲକ୍ଷରୁ ଊର୍ଦ୍ଧ୍ବ ସୁଭଦ୍ରା ଲାଭାର୍ଥୀ ଉପକୃତ ହେବେ ବୋଲି ଜଣାପଡ଼ିଛି ।ପ୍ରଥମେ ବୟସ୍କ, ଦୁର୍ବଳ ଓ ଅପେକ୍ଷା ତାଲିକାରେ ଥିବା ଲୋକଙ୍କୁ ଅଧିକ ପ୍ରାଥମିକତା ମିଳିବ। ଏନେଇ ସାମାଜିକ ସୁରକ୍ଷା ସଶକ୍ତିକରଣ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି।

You might also like