୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଆ ପୁଅ ସୁମିତ ଦୀର୍ଘ ୪୮ ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ ଚାଲି ଚାଲି ସୃଷ୍ଟି କରିଛନ୍ତି ଏକ ବିରଳ ବିଶ୍ଵ ରେକର୍ଡ। ସେ ଏହି ସମୟ ମଧ୍ୟରେ ୨୦୧ କିଲୋମିଟର ପଥ ଚାଲିଛନ୍ତି। ତାହା ପୁଣି ଟ୍ରେଡ ମିଲ୍‌ରେ।ସୁମିତଙ୍କ ଘର ସୁନ୍ଦରଗଡ଼ ଜିଲାର ରାଉରକେଲାରେ। ସେ ଏକ ଟ୍ରେଡ୍‌ ମିଲ୍‌ରେ ୪୮ ଘଣ୍ଟା ଧରି ଚାଲିଥିଲେ। ଏହି ଦୃଶ୍ୟ ଦେଖିବାକୁ ପରିବାରବର୍ଗଙ୍କ ସମେତ ଜନସାଧାରଣ ବି ଉପସ୍ଥିତ ଥି​‌ଲେ। ସ୍ଥାନୀୟ ସିଭିକ ସେଣ୍ଟରଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସଫଳତା ପରେ ସୁମିତଙ୍କ ନାମକୁ ଗିନିଜ ବୁକ ଅଫ ଦ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ କରାଯାଇପାରେ। ପୂର୍ବରୁ ୧୨ ଘଣ୍ଟାରେ ୬୯ କିଲୋମିଟର ଦୌଡ଼ି ସୁମିତ କୁମାର ରେକର୍ଡ କରିଥିଲେ । ଏବେ ରାଉରକେଲା ଇସ୍ପାତ କାରଖାନା ସହଯୋଗରେ ଗିନିସ ଓ୍ବାର୍ଲଡ ରେକର୍ଡ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

You might also like