ହୀରାକୁଦ ଡ୍ୟାମରୁ ଉଦ୍ଧାର ହେଲେ ଯୁବତୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ସେଲଫି ନେଉ ଥିବା ବେଳେ ହୀରାକୁଦ ଡ୍ୟାମକୁ ଖସି ପଡିଥିବା ଯୁବତୀ ଶେଷରେ ଉଦ୍ଧାର ହୋଇଛନ୍ତି। ଝାରସୁଗୁଡା ଓ ସମ୍ବଲପୁରକୁ ସଂଯୋଗ କରୁଥିବା ରମ୍ପେଲା ସେତୁରେ ସେଲଫି ନେଲାବେଳେ ଯୁବତୀ ଜଣକ ଖସିପଡ଼ିଥିଲେ। ଖସିପଡ଼ି ପ୍ରାଣ ବିକଳରେ ପହଁରି ପହଁରି ହୀରାକୁଦ ଜଳଭଣ୍ଡାରରେ ଥିବା ଅଧାବୁଡ଼ା ମନ୍ଦିର ଚୂଡ଼ାକୁ ଧରି ଜୀବନ ରକ୍ଷା କରିଥିଲେ। ଦୀର୍ଘ ସମୟ ଧରି ସେଠାରେ ରହିବା ପରେ ବନହରପାଲି ପୋଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀ ତାଙ୍କୁ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟକୁ ନେଇଥିଲେ। ଯୁବତୀ ଜଣଙ୍କ ବ୍ରଜରାଜନଗର ଇଟାଭଟାର ସାବିତ୍ରୀ ମେହେର। ବର୍ତ୍ତମାନ ସେ ସୁସ୍ଥ ରହିଥିବା ଜଣାପଡ଼ିଛି।

You might also like