ହୀରାକୁଦ ଜଳ ଭଣ୍ଡାରରେ ଖୋଲିଲା ଆଉ ୨ଟି ଗେଟ୍

ରାଜ୍ୟ କାହାଣୀ (ଭୁବନେଶ୍ୱର )ହୀରାକୁଦ ଜଳ ଭଣ୍ଡାରରେ ଖୋଲିଲା ଆଉ ୨ଟି ଗେଟ୍ । ମୋଟ ୪ଟି ଫାଟକ ଦେଇ ବନ୍ୟା ଜଳ ନିଷ୍କାଷନ ହେଉଛି | ଅପରପକ୍ଷରେ ଅଧିକ ପରିମାଣର ବନ୍ୟାଜଳ ପ୍ରବେଶ ଯୋଗୁ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଉଛି । ସେଥିମଧ୍ୟରେ ବାମପାଶର୍‌ବର ୩ ଓ ଦକ୍ଷିଣ ପାର୍ଶ୍ୱର ୧ଟି ମିଶି ମୋଟ୍‌ ୪ଟି ସ୍ଲୁଇସ୍‌ ଗେଟ୍‌ରେ ମହାନଦୀକୁ ପ୍ରତି ସେକେଣ୍ଡରେ ହାରାହାରି ୫୯ ହଜାର ୬୦୮ ଘନଫୁଟ, ଶକ୍ତି ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲରେ ୩୪,୫୫୪ ଘନଫୁଟ, ଶିଳ୍ପସଂସ୍ଥା ପାଇଁ ୨୩୪ ଘନଫୁଟ ଏବଂ ଜଳସେଚନ ପାଇଁ ବରଗଡ଼ କେନାଲରେ ୩୨୦୪, ଶାସନ କେନାଲରେ ୫୦୨ ଓ ସମ୍ବଲପୁର କେନାଲରେ ୮୮ ଘନଫୁଟ ଜଳ ମିଶି ମୋଟ୍‌ ୩୭୯୪ ଘନଫୁଟ ଜଳ ନିଷ୍କାସନ କରାଯାଉଛି।

You might also like