ସ୍ନେହାଙ୍ଗିନୀଙ୍କ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ
ରାଜ୍ୟକାହାଣୀ ( ଭୁବନେଶ୍ୱର )ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ପ୍ରଚାର କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ। ।ରୋଡ଼ ଶୋ ଜରିଆରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆପଡ଼ାବାସୀଙ୍କୁ ଦେବେ ବିକାଶର ବାର୍ତ୍ତା। ଗସ୍ତକୁ ନେଇ ନିର୍ବାଚନ ମଣ୍ଡଳୀର ଗାଁ ଗାଁରେ ଦେଖିବାକୁ ମିଳିଛି ଉତ୍ସାହ। ଉପ ନିର୍ବାଚନରେ ପ୍ରଥମ ଥର ପାଇଁ ନୂଆପ଼ଡ଼ାରେ କରିବେ ପ୍ରଚାର। ଗତ ୨୪ ବର୍ଷ ସରକାରରେ ଥିବାବେଳେ ବହୁ ଉପନିର୍ବାଚନରେ ବାଜିମାତ୍ କରିଛି ଦଳ। ହେଲେ ଏଥର ସରକାରରେ ନଥାଇ ବିଜେଡି ଉପନିର୍ବାଚନ ଲଢ଼ୁଛି। ପ୍ରାୟ ୧୭ ମାସ ହେଲା ରାଜ୍ୟରେ କ୍ଷମତାଚ୍ୟୁତ ହୋଇଥିବା ବିଜେଡି ପାଇଁ ନୂଆପଡ଼ା ଉପନିର୍ବାଚନ ଅଗ୍ନି ପରୀକ୍ଷା ସଦୃଶ ହୋଇଛି। ନବୀନଙ୍କ ନୂଆପଡ଼ା ଗସ୍ତ ଘୋଷଣା ପରେ ବିପକ୍ଷ ଦଳ ମଧ୍ୟରେ ପଡ଼ିଲାଣି ଭାଲେଣି। ନବୀନ ପଟ୍ଟନାୟକଙ୍କ ଏହି ଗସ୍ତକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ନୂଆପଡାରେ ବିଜୁ ଜନତା ଦଳର ବୃହତ୍ ବିଜୟ ହେବ ବୋଲି କହିଛନ୍ତି ବିଜେଡି ନେତା ଓ କର୍ମୀ।