ସ୍କୁଲ ପରିସରରେ ନିଆଁରେ ପୋଡ଼ି ହୋଇ ୪ଜଣ ଛାତ୍ର ଗୁରୁତର

ରାୟଗଡାରେ ବିଦ୍ୟାଳୟରେ ଖେଳୁଥିବା ବେଳେ ବଡ ଅଘଟଣ । ପାଇକଡାକୁଲଗୁଡା ହାଇସ୍କୁଲରେ ପୋଡିହୋଇ ୪ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ୪ ଛାତ୍ରଙ୍କ ଉପରେ ଥିନର ଢାଳି ନିଆଁ ଲଗାଇଦେଲେ ଆଉ ଜଣେ ଛାତ୍ର । ନିଆଁ ଲାଗିବା ପରେ ତୁରନ୍ତ ଗୁରୁତର ଛାତ୍ରମାନଙ୍କୁ ବିଷମକଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ୩ ଜଣ ସପ୍ତମ ଓ ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । ଥିନର ଢାଳି ନିଆଁ ଲଗାଇବାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ସପ୍ତମ ଶ୍ରେଣୀ ଛାତ୍ର ବିରାଜ ଟାକ୍ରି, ନଳିନ ହୁଇକା, ରୋହିତ ଖରା ଏବଂ ପଂଚମ ଶ୍ରେଣୀ ଛାତ୍ର ସୁଦାବ ବାଘ ଆହତ ଅଛନ୍ତି। ବିଦ୍ୟାଳୟ କାର୍ଯ୍ୟ ସମୟ ଭିତରେ ଛାତ୍ରମାନେ ପୋଡ଼ିଯିବା ଏକ ନିନ୍ଦନିୟ ଘଟଣା ହୋଇଥିବା ବେଳେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ।

You might also like