ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ, ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ରାଜ୍ୟକାହାଣୀ ( ଭୁବନେଶ୍ୱର )ସୁଦାନରେ ଜଣେ ଓଡ଼ିଶାର ବାସିନ୍ଦାଙ୍କୁ ରାପିଡ୍ ସପୋର୍ଟ ଫୋର୍ସ (ଆର୍ ଏସ୍ ଏଫ୍) ଦ୍ୱାରା ବନ୍ଦୀ କରାଯାଇଥିବ ଜଣାପଡିବା ପରେ ତାଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବାକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଙ୍ଗଳବାର ଭାରତ ସରକାର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି । ସୂଚନାମୁତାବକ ଆଫ୍ରିକୀୟ ଦେଶ ସୁଦାନରେ ଗୃହଯୁଦ୍ଧ ଚାଲିଥିବାବେଳେ ବିଦ୍ରୋହୀମାନେ ଜଣେ ଓଡ଼ିଆ ଯୁବକଙ୍କୁ ଅପହରଣ କରି ନେଇଛନ୍ତି । ଅପହୃତ ଓଡ଼ିଆ ଯୁବକ ଆଦର୍ଶ ବେହେରାଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଅଞ୍ଚଳରେ । ଆଦର୍ଶଙ୍କୁ ସୁଦାନରେ ରାପିଡ ସପୋର୍ଟ ଫୋର୍ସେସ(ଆରଏସଏଫ୍) ଅପହରଣ ପରେ ବନ୍ଦୀ କରି ରଖିଛି । ଯାହାର ଏକ ଭିଡ଼ିଓ ପରିବାର ଲୋକଙ୍କ ପାଖରେ ପହଂଚିବା ପରେ ଭୟଭୀତ ଅବସ୍ଥାରେ ଅଛନ୍ତି । ସରକାରଙ୍କୁ ମଧ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି |