ସୁଡ଼ଙ୍ଗରେ ଫସିଲେ ମହିଳା ଶ୍ରଦ୍ଧାଳୁ: ୪ ଘଣ୍ଟା ପରେ ଉଦ୍ଧାର

ରାଜ୍ୟକାହାଣୀ ( ଭୁବନେଶ୍ୱର )ସପ୍ତଋଷିଙ୍କ ପୂଜାର୍ଚ୍ଚନା ପାଇଁ ପାହାଡ଼ ଉପରକୁ ଯାଇଥିବା ଜଣେ ମହିଳା ଆଜି ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି। ସୁଡ଼ଙ୍ଗ ଦେଇ ଆଗକୁ ଯାଉଥିବା ବେଳେ ମହିଳା ଶ୍ରଦ୍ଧାଳୁ ଫସିଯାଇଛନ୍ତି। ଦୀର୍ଘ ସମୟ‌ ପରେ ତାଙ୍କୁ ଉଦ୍ଧାର କରାଯାଇଛି।ଡୁମୁରିର ଏକ ପାହାଡ଼ରେ ବହୁ ପୁରାତନ ସୁଡ଼ଙ୍ଗ ରହିଛି। ଏହି ପାହାଡ଼ରେ ସପ୍ତଋଷି ଓ ଭଣ୍ଡାରଘରିଆଣୀ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଉଛି। ଏହି ସୁଡ଼ଙ୍ଗ ସମ୍ପର୍କରେ ଏନେକ କିମ୍ବଦନ୍ତୀ ରହିଛି। କୁହାଯାଇଥାଏ ଯେ, ସୁଡ଼ଙ୍ଗର ଗୋଟିଏ ପାର୍ଶ୍ୱରୁ ପଶି ଅନ୍ୟ ପାର୍ଶ୍ୱରୁ ବାହାରିଲେ ମନୋକାମନା ପୂରଣ ହୁଏ। ଏଥି ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶହଶହ ଶ୍ରଦ୍ଧାଳୁ ଏହି ସୁଡ଼ଙ୍ଗ ଦେଇ ଅତିକ୍ରମ କରିଥାନ୍ତି।

You might also like