ସିଏମସି କାଉନସିଲ୍ ବୈଠକରୁ ଚେୟାର ଛାଡ଼ି ଗୃହରୁ ପଳେଇଲେ ମେୟର, କମିଶନର

ରାଜ୍ୟକାହାଣୀ ( ଭୁବନେଶ୍ୱର )ସିଏମସି କାଉନସିଲ୍ ବୈଠକରେ ଲଙ୍କା କାଣ୍ଡ । ଗ୍ଲାସ୍ ଭାଙ୍ଗିଲେ, ମାଇକ ଉପାଡ଼ିଲେ, ଚେୟାର ଫିଙ୍ଗଲେ କର୍ପୋରେଟର । ଅନ୍ୟ ଜଣେ କର୍ପୋରେଟର ଏହାକୁ ବିରୋଧ କରି ବାରୁ ଆହୁରି ବଢିଲା ବିବାଦ । ଚେୟାର ଛାଡ଼ି ଗୃହରୁ ପଳେଇଲେ ମେୟର, କମିଶନର ।ସୂଚନା ଥାଉକି, ଆଜି ବସିଥିଲା ସିଏମସି କାଉନସିଲ ବୈଠକ । ବୈଠକରେ ବାଲିଯାତ୍ରା ସହ ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା । ତେବେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲେ ବିଜେଡି ଓ ବିଜେପିର କର୍ପୋରେଟର । ଏତିକି ବେଳେ ଜଣେ ସଦସ୍ୟ ବୈଠକରେ ଅପ ଶବ୍ଦ ବ୍ୟବହାର କରିଥିଲେ । ଯାହାକୁ ନେଇ ମିଟିଂରେ ହଙ୍ଗାମା ପରିସ୍ଥିତି ହୋଇଥିଲା । ଏମିତିକି ବୈଠକରେ ଚେୟାର ବି ଉଡିଥିଲା । ପରେ ସ୍ଥିତି ନିୟନ୍ତ୍ରଣ କରିବାକୁ ମେୟର ହସ୍ତକ୍ଷେପ କରିଥିଲେ ।

You might also like