ସବୁ ସହରକୁ PNG ସଂଯୋଗ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି : କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର (ରାଜ୍ୟକାହାଣୀ )PNG ସଂଯୋଗ ନେଇ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବଡ଼ ସୂଚନା । କହିଲେ ଓଡ଼ିଶାରେ ସବୁ ସହରକୁ ପାଇପ ଗ୍ୟାସ ଲାଇନ୍ ସଂଯୋଗ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ସବୁ ମହାନଗର ନିଗମ ସହିତ ଅନୁଗୁଳ, ଢେଙ୍କାନାଳ ଭଳି ବଡ ବଡ ସହରରେ ପ୍ରାୟ କାମ ସରିଲାଣି। ଯେଉଁ ସହର ରହିଯାଇଛି ସେଠାରେ କାମ ଆରମ୍ଭ ହେବ। ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ନଗର ଉନ୍ନୟନ୍ନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।ସେ କହିଛନ୍ତି ଯେ ବିଭିନ୍ନ ଏଜେନ୍ସି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ପିଏନଜିରେ ସମସ୍ୟା ଦେଖାଦେଲେ କମ୍ପାନୀମାନେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ। ବର୍ଷା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ସରକାର ଚେଷ୍ଟା କରୁଛନ୍ତି। ନୂଆ ଟେକ୍ନୋଲୋଜିରେ ହେବ ଯାହା ଦ୍ଵାରା ରାସ୍ତା ଅଧିକ ଖୋଳିବାକୁ ପଡ଼ିବ ନାହିଁ।

You might also like