“ସଚ୍ଚା ଭାରତୀୟ ଏମିତି କହିବ ନାହିଁ”… ରାହୁଲଙ୍କୁ ଉପରେ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ

ଭାରତ-ଚୀନ ବିବାଦ ନେଇ ରାହୁଲଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। କହିଲେ ସତ ଭାରତୀୟ ହୋଇଥିଲେ ଏପରି କହି ନଥାନ୍ତ। ତେବେ ଡିସେମ୍ବର ୯, ୨୦୨୨ରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ସଂଘର୍ଷ ପରେ ଭାରତୀୟ ସେନା ଉପରେ ତାଙ୍କର କଥିତ ମନ୍ତବ୍ୟ ପାଇଁ ଏବେ ସୁପ୍ରିମକୋର୍ଟ ଲୋକସଭା ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି।ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି ଯେ ତାଙ୍କ ପାଖରେ ଏହି ବୟାନକୁ ପ୍ରମାଣିତ କରିବାକୁ କିଛି ଠୋସ୍ ପ୍ରମାଣ ଅଛି କି ?

ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ଭାରତୀୟ ସେନା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ସୁପ୍ରିମକୋର୍ଟ କଠୋର ଟିପ୍ପଣୀ ରଖିଛନ୍ତି । କୋର୍ଟ ରାହୁଲ ଗାନ୍ଧୀଙ୍କୁ ପଚାରିଥିଲେ ଯେ ସେ କିପରି ଜାଣିଲେ ଯେ ୨୦୦୦ କିଲୋମିଟର ଜମି ଚୀନ୍ ଦ୍ୱାରା ଦଖଲ କରାଯାଇଛି। ଆପଣ ବିରୋଧୀ ଦଳର ନେତା, ସୋସିଆଲ ମିଡିଆରେ ନୁହେଁ ବରଂ ସଂସଦରେ ଆପଣଙ୍କ ମତ କୁହନ୍ତୁ। ସେନା ଉପରେ ମନ୍ତବ୍ୟ ମାମଲାରେ ସମନ ବିରୋଧରେ ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାର ଏବଂ ଅଭିଯୋଗକାରୀଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି।ତେବେ ସୁପ୍ରିମକୋର୍ଟ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ବିଚାର ପ୍ରକ୍ରିୟା ଉପରେ ବର୍ତ୍ତମାନ ପାଇଁ ରୋକ ଲଗାଇଛନ୍ତି । ୩ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି । ଏହି ମଦଦ୍ଦମା ସୀମା ସଡ଼କର ପୂର୍ବତନ ନିର୍ଦ୍ଦେଶକ ଉଦୟ ଶଙ୍କର ଶ୍ରୀବାସନ୍ତବଙ୍କ ଦ୍ୱାରା ଦାଖଲ ହୋଇଥିଲା । ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଗଲୱାନରେ ଚୀନ ସୈନିକମାନେ ଭାରତୀୟ ସୈନିକଙ୍କୁ ମାଡ଼ ମାରୁଛନ୍ତି ବୋଲି କହିଥିବା ଅଭିଯୋଗ ହୋଇଥିଲା ।

You might also like