ଷ୍ଟେଜକୁ ଆସିଲେନି ସାହୁ ଭାଉଜ, ରାଗି ତମତମ ଦର୍ଶକ

ଏବେ ସାହୁ ଭାଉଜଙ୍କ ଡିମାଣ୍ଡ୍ ବହୁତ । ସାହୁ ଭାଉଜ ଷ୍ଟେଜ୍ ଚଢିଲେନି ବୋଲି ଚେୟାର ମାଡ଼ କଲେ ଦର୍ଶକ। ବନ୍ଦ ହୋଇଗଲା ପୁରା ଯାତ୍ରା। ଏଭଳି ଘଟଣା ଘଟିଛି କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମନୋହରପୁର ଗାଁରେ।ଦୁର୍ଗାଶ୍ରୀ ଯାତ୍ରାପାର୍ଟି ଗାଁରେ ଯାତ୍ରା ପକେଇଥିଲା। ତେବେ ଶନିବାର ଦିନ ସାହୁ ଭାଉଜ ଷ୍ଟେଜ ଶୋ’ କରିବାର ପ୍ରୋଗ୍ରାମ ଥିଲା। ସାହୁ ଭାଉଜ ଆସି ପହଂଚିଥିଲେ। କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ପୋଲିସ ଘଟଣାସ୍ଥଳକୁ ଯାଇ ସାହୁ ଭାଉଜଙ୍କୁ ଷ୍ଟେଜ ଶୋ’ କରିବା ପାଇଁ ମନା କରିଥିଲା। ଯାହା ଫଳରେ ସେ ଆଉ ଷ୍ଟେଜ ଉପରକୁ ଯାଇନଥିଲେ। ଏହାଭିତରେ ଥିବା ସାହୁ ଭାଉଜଙ୍କ ଫ୍ୟାନ୍ସ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଷ୍ଟେଜ୍ ଉପରକୁ ଚେୟାର ମାଡ଼ କରିଥିଲେ। ଏହା ସହିତ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲେ।

You might also like