ଶ୍ୱଶୁର ଘରେ ନିଆଁ ଲଗାଇ ଜ୍ୱାଇଁ ଫେରାର

ଚମ୍ପୁଆ ଥାନା ମଙ୍ଗଳପୁର ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି।ଶ୍ୱଶୁର ଘରେ ପଶି ପରିବାର ଲୋକଙ୍କୁ ବାହାରୁ ଶିକୁଳି ପକାଇଲା । ପରେ ଘରେ ନିଆଁ ଲଗାଇଲା । ଏଭଳି ଅମାନୁଷିକ କାଣ୍ଡ ଭିଆଇ ଫୋରାର ହେଲା ଜ୍ୱାଇଁ।ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇଥିଲେ ହେଁ ନିଆଁରେ ପଡ଼ି ଘରର ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି। ପ୍ରକାଶ ଯେ, ବଂଶପାଳ ବ୍ଲକର ଅଙ୍କୁର ସନଗି ତିନି ବର୍ଷ ତଳେ ମଙ୍ଗଳପୁର ଗ୍ରାମର ଶିବ ନାଏକଙ୍କ ଝିଅଙ୍କୁ ବିବାହ କରିଥିଲେ ଏବଂ ସେ ସ୍ତ୍ରୀଙ୍କ ବାପ ଘରେ ରହି ଆସୁଥିଲେ। ଘରୋଇ ବିବାଦକୁ ନେଇ ଗତ କାଲି ଅଙ୍କୁର କ୍ରୋଧାନ୍ବିତ ହୋଇ ନିଆଁ ଲଗାଇ ପଳାଇ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

You might also like