ଶୌଚାଳୟ ଖୋଜି ଖୋଜି ପାଇଲଟ କକପିଟ୍ ଖୋଲିଦେଲେ ଯାତ୍ରୀ

ଭାରତରେ ବିମାନ ହାଇଜାକ୍‌ ଉଦ୍ୟମ ପଣ୍ଡ । ଜଣେ ଯାତ୍ରୀ କକ୍‌ପିଟର ଦ୍ବାର ଖୋଲିବାକୁ ଚେଷ୍ଟା କରିବା ପରେ ବିମାନ ହାଇଜାକ୍‌ ନେଇ ସନ୍ଦେହ ବଢ଼ିଥିଲା । ହେଲେ ବିମାନର ପାଇଲଟ୍‌ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଉଭୟ ବିମାନ ଏବଂ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସୂଚନାମୁତାବକ, ଯାତ୍ରୀଙ୍କ ନିଜ ୮ ଜଣ ସାଥି ସହିତ ବିମାନରେ ଯାତ୍ରା କରୁଥିଲେ । ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଫ୍ଲାଇଟ୍ IX 1086 ରେ ଶୌଚାଳୟ ଖୋଜିଖୋଜି ଯାତ୍ରୀ ଜଣକ ବିମାନର କକ୍ପିଟ ପାଖକୁ ଚାଲିଯାଇଥିଲେ । ଯାତ୍ରୀ କକପିଟ୍ ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ । ସେ ସଠିକ୍ ପାସକୋଡ୍ ମଧ୍ୟ ମାରିଥିଲେ । କିନ୍ତୁ ପାଇଲଟ ଏହା ଜାଣିବା ପରେ ତୁରନ୍ତ କକପିଟକୁ ବନ୍ଦ କରିଦେଇଥିଲେ।

ଧରାପଡ଼ିବା ପରେ ଯାତ୍ରୀ ଜଣକ କହିଥିଲେ, “ମୁଁ ଶୌଚାଳୟ ଖୋଜୁଥିଲି ।” ତେବେ ତାଙ୍କ ସହିତ ଯାତ୍ରା କରୁଥିବା ସମସ୍ତ ନଅ ଜଣ ଯାତ୍ରୀଙ୍କୁ ତଦନ୍ତ CISF କୁ ହସ୍ତାନ୍ତର କରାଯାଇଥିଲା ।ସେପଟେ ଯାତ୍ରୀ ଜଣକ କାହିଁକି କକପିଟରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

You might also like