ଲୋକଙ୍କ ଘରେ ସ୍ମାର୍ଟ ମିଟର ଲଗାଇବେ ସରକାର

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟ ସରକାର ସ୍ମାର୍ଟ ମିଟର ଲଗାଇବେ। କ୍ୟାବିନେଟ ନିଷ୍ପତ୍ତି ପରେ ଶକ୍ତି ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏଥିନିମନ୍ତେ ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ୨ କିଲୋ ଓ୍ବାଟ ଯାଏ ଥିବା ୮.୭୫ ଲକ୍ଷ ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ। ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗାଇବାକୁ ୮୮ କୋଟି ଟଙ୍କା ଖର୍ଚ୍ଚ ହେବ । ସ୍ମାର୍ଟ ମିଟର ଓଡିଶା ସରକାରଙ୍କର ଶକ୍ତି ବିଭାଗ ଅଧୀନରେ ହିଁ ରହିବ । ଡିସକମ ଦ୍ୱାରା କେବଳ ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ । ସରକାରଙ୍କ ତରଫରୁ ଏ ନିଷ୍ପତ୍ତି ନିଆଯାଇଛି ।

You might also like