ଲିଫ୍ଟ ଭିତରେ ଇଭେଣ୍ଟ ହୋଷ୍ଟଙ୍କୁ ପିଟି ପିଟି ଲହୁଲୁହାଣ କଲେ ଯୁବକ

ରାଜ୍ୟ କାହାଣୀ (ଭୁବନେଶ୍ୱର )ଲିଫ୍ଟ ଭିତରେ ଇଭେଣ୍ଟ ହୋଷ୍ଟଙ୍କୁ ପିଟି ପିଟି ଲହୁଲୁହାଣ କଲେ ଯୁବକ। ବିଧା ଗୋଇଠା ସହ ମରଣାନ୍ତକ ଆକ୍ରମଣ ପରେ ଘଟଣା ସ୍ଥଳରୁ ଫେରାର ହୋଇଛନ୍ତି ହୋଷ୍ଟ । ଘଟଣା ଘଟିଛି ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁରରେ ଥିବା ରୟାଲ ଆର୍କେଡ ଲିଫ୍ଟ ଭିତରେ । ପୀଡ଼ିତଙ୍କ ନାମ ଯଯାତି ପାରେଖ ହୋଇଥିବା ବେଳେ ଅଭିଯୁକ୍ତର ନାମ ଅଶ୍ୱତ୍ ବୋଲି ଜଣାପଡ଼ିଛି।ଗତ ୩ ତାରିଖ ରାତି ପ୍ରାୟ ୧୨ଟା ବେଳେ ରୟାଲ ଆର୍କେଡର ଷଷ୍ଠ ମହାଲାରେ ଥିବା ଏକ ବାର୍‌ରେ ଏଭଳି ଘଟଣା ଘଟିଛି । ଇଭେଣ୍ଟ୍‌ ସାରି ତଳକୁ ଓହ୍ଲାଇଥିଲେ ଇଭେଣ୍ଟ ହୋଷ୍ଟ କରୁଥିବା ଯଯାତି ପାରେଖଙ୍କ ଲିଫ୍ଟ ଭିତରେ ଆସୁଥିବା ଲୋକମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଯେଉଁଥିରେ ଉତକ୍ଷୀପ୍ତ ହୋଇ ଯଯାତିଙ୍କୁ ଆକ୍ରମଣ କରିଥିଲେ । ଜୀବନ ବିକଳରେ ସେଠାରୁ କୌଣସି ମତେ ଖସି ଆସିଥିଲେ ଇଭେଣ୍ଟ୍ ହୋଷ୍ଟ ।ଏ ନେଇ ନନ୍ଦନକାନନ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ତେବେ ଏ ସମ୍ପର୍କରେ ଅଶ୍ଵତଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

You might also like