ରୋଡ୍ସ କଂଗ୍ରେସ ସମାବେଶ ଉଦଘାଟନ କଲେ ନୀତିନ ଗଡକରୀ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି।ନଭେମ୍ବର ୧୦ ଯାଏଁ ସଡକ ପରିବହନ ଉପରେ ଆଲୋଚନା ହେବ । ୮୪ ତମ ଅଧିବେଶନରେ ଅଂଶଗ୍ରହଣ କରିବେ ୩ ହଜାରରୁ ଅଧିକ ପ୍ରତିନିଧି ।ଏହାପୂର୍ବରୁ ଜନତା ମୈଦାନରେ ଆୟୋଜିତ ହୋଇଥିବା ଟେକ୍ନିକାଲ ସେସନକୁ ଉଦଘାଟନ କରିଥିଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

୧୦ ବର୍ଷ ପରେ ଇଣ୍ଡିଆନ ରୋଡ କଂଗ୍ରେସର କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜନ ହେଉଛି। ବିକଶିତ ଭାରତ ଓ ୨୦୩୬ ସୁଦ୍ଧା ଓ ବିକଶିତ ରାଜ୍ୟ ଗଢିବାକୁ ଏହି କାର୍ଯ୍ୟକ୍ରମ ବେଶ୍‌ ସହାୟକ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି।

You might also like