ରାଷ୍ଟ୍ରୀୟ ଖଣିଜ ଚିନ୍ତନ ଶିବିର–୨୦୨୬ରେ ଓଡ଼ିଶାର ନୀତିଗତ ସଂସ୍କାର ଓ ଭବିଷ୍ୟତ ଦୃଷ୍ଟିକୋଣ ଉପସ୍ଥାପନ କଲେ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା
ରାଜ୍ୟ କାହାଣୀ ( ଭୁବନେଶ୍ଵର)ଓଡ଼ିଶା ସରକାରଙ୍କ ମାନ୍ୟବର ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଭାରତ ସରକାରଙ୍କ ଖଣି ମନ୍ତ୍ରଣା ଳୟ ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ ଖଣିଜ ଚିନ୍ତନ ଶିବିର–୨୦୨୬ ରେ ଅଂଶ ଗ୍ରହଣ କରି, ଓଡ଼ିଶାର ଖଣିକ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୁଖୀ ନୀତି, ପାରଦର୍ଶୀ ପ୍ରଶାସନ ଏବଂ ଖଣିଜ କ୍ଷେତ୍ରରେ ରାଜ୍ୟର ଭବିଷ୍ୟତ ରୋଡ ମ୍ୟାପକୁ ଜାତୀୟ ସ୍ତରରେ ଉପସ୍ଥାପନ କରିଛନ୍ତି। ଏହି ଉଚ୍ଚସ୍ତରୀୟ ଚିନ୍ତନ ମଞ୍ଚ ଗୁଜରାଟର ଗାନ୍ଧୀ ନଗରସ୍ଥ ମହାତ୍ମା ମନ୍ଦିରରେ ଆୟୋଜିତ ହୋଇଥିଲା ।ଏହି କାର୍ଯ୍ୟ କ୍ରମରେ ମାନ୍ୟବର କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡି, ମାନ୍ୟ ବର ଗୁଜରାଟ ମୁଖ୍ୟ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ସି.ଆର. ପା ଟିଲ, ବିହାରର ଉପମୁଖ୍ୟ ମନ୍ତ୍ରୀ ଶ୍ରୀ ବିଜୟକୁମାର ସିହ୍ନାଙ୍କ ସହ ଦେଶର ବିଭିବିନ ରାଜ୍ୟ ରମନ୍ତ୍ରୀ , ବରିଷ୍ଠ ପ୍ରଶାସନିକନି ଅଧିକାରୀ , ନୀତିନିର୍ଦ୍ଧାରକ ଓ ଖଣିଜ କ୍ଷେତ୍ରର ବିଶେଷଜ୍ଞମାନେ ଉପସ୍ଥିତ ଥିଲେ ।ଶ୍ରୀ ଜେନା ତାଙ୍କ ଉଦବୋଧନରେ ଓଡ଼ିଶା ସରକାରଙ୍କ ଖଣିଜ ପ୍ରଶାସନରେ ଗ୍ରହଣ କରାଯ ଇଥିବା ବିଭିନ ନୀତିଗତିତ ସଂସ୍କାର ଗୁଡ଼ିକୁ ଉଲ୍ଲେଖ କରି, ଅବୈଧ ଖଣିଜଚାଲାଣ, ପ୍ରଯୁକ୍ତିଭିତ୍ତିକ ନିରୀନିରୀକ୍ଷଣ ଏବଂ ଖଣିଜ ସମ୍ପଦର ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ରାଜ୍ୟ ର ପ୍ରାଥମିକତା ବୋଲି କହିଥିଲେ । ସେ ନିକଟରେ ଓଡ଼ିଶା
ସରକାରଙ୍କ ଦ୍ୱାରା ଖଣି ନିୟମ ରେ ସଂସ୍କାର ଭାବେ କରାଯାଇଥିବା OMPTS-2025 ଏବଂOMMC-2025 ନିୟନିମା ବଳୀ ର କାର୍ଯ୍ୟା ନ୍ୱୟନ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ଏଗୁଡ଼ିକ ନୀୟମ ତଦାରଖକୁ ଉନ୍ନତ କରିବା, ଦାୟିତ୍ୱ ବୃଦ୍ଧି କରିବା ଏବଂ ଖଣିଜ ବ୍ଲକ ଆବଣ୍ଟନ ପ୍ରକ୍ରିୟା କୁ ସୁଗମ କରିବା ପାଇଁଏକ ଐତିହାସିକ ସଂ ସ୍କାର ଭାବରେ ବର୍ଣ୍ଣନା କରିଥିଲେ ।