ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ, ପ୍ରତିବାଦରେ କଂଗ୍ରେସ କକ୍ଷତ୍ୟାଗ

ଭୁବନେଶ୍ୱର (ରାଜ୍ୟ କାହାଣୀ)ସମୟ ଅବଧି ସରିଥିବାରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବ କାଟ ଖାଇଛି । ଗୃହରେ ବାଚସ୍ପତି ଏନେଇ ଘୋଷଣା କରିଛନ୍ତି। ଏହାକୁ ବିରୋଧ କରି ବାଚସ୍ପତିଙ୍କ ଫୋଡିୟମ ତଳେ କଂଗ୍ରେସ ବିଧାୟକ ନାରାବାଜି କରିଛନ୍ତି।ରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି।

ସୋମବାର ଅପରାହ୍ନରେ ଗୃହ ସ୍ୱାଭାବିକ ହୋଇଥିଲା। ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିବାକୁ ବାଚସ୍ପତିଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ ଅନୁରୋଧ କରିଥିଲେ। ବାଚସ୍ପତି କହିଥିଲେ ଗତ ୧୮ତାରିଖରେ ୧୨.୪୭ ରେ କଂଗ୍ରେସ ବିଧାୟକ ଦଳ ନେତା ଙ୍କ ସହ ଅନ୍ୟ ୧୪ବିଧାୟକ ବିଧାନସଭା ସଚିବଙ୍କୁ ଅନାସ୍ଥା ନୋଟିସ ଦେଇଥିଲେ। ତା ପରଦିନ ନୋଟିସକୁ ଗୃହକୁ ଆଣିବାକୁ ମୁଁ ନିର୍ଦେଶ ଦେଇଥିଲି। କିନ୍ତୁ ଗୃହ ସ୍ୱାଭାବିକ ନ ଥିବାରୁ ତାହା ଆସିପାରି ନ ଥିଲା। ସଂସଦୀୟ ଅନୁସାରେ ଲଗାତାର ଭାବେ ବିଧାନସଭାରେ ଅଚଳା ଅବସ୍ଥା ଥିବାରୁ ଅନାସ୍ଥାର ସମୟ ଅବଧି ସରି ଯାଇଛି ବୋଲି କହିଥିଲେ।

You might also like