ରାଜ୍ୟସରକାରଙ୍କ ୩୫ଶହ ଭତ୍ତାରୁ ବଞ୍ଚିତ ଦିବ୍ୟାଙ୍ଗ ମହିଳା ରୁକ୍ମଣୀ

ନୀଳଗିରି -(ରାଜ୍ଯକାହାଣୀ)ଶହେ ପ୍ରତିଶତ ସରକାରୀ ଦିବ୍ୟାଙ୍ଗ ପ୍ରମାଣପତ୍ର। ମାତ୍ର ନୂଆସରକାରଙ୍କ ନୂଆ ଯୋଜନାର ସଫଳ ପାଇବାରୁ ବଞ୍ଚିତ ଔପଦା ବ୍ଲକ୍ କାଣ୍ଡଗରଡି ପଞ୍ଚାୟତ ସିକିଡିଆ ଗ୍ରାମର ୬୩ବର୍ଷୀୟା ବୃଦ୍ଧା ରୁକ୍ମଣୀ ନାୟକ। ରାଜ୍ୟରେ ମୋହନମାଝୀଙ୍କ ସରକାର କ୍ଷମତାକୁ ଆସିବାପରେ ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ୮୦ବର୍ଷରୁ ଉର୍ଦ୍ଧ ବୟସ୍କ ହିତାଧିକାରୀ ଏବଂ ୮୫ପ୍ରତିଶତ ଦିବ୍ୟାଙ୍ଗ ମାନଙ୍କୁ ୩୫ଶହ ଭତ୍ତାପ୍ରଦାନ କରୁଛନ୍ତି। ମାତ୍ର ରୁକ୍ମଣୀଙ୍କୁ ୨୦୧୩ମସିହା ସେପ୍ଟେମ୍ବର ୨୬ତାରିଖ ଜିଲ୍ଲା ଜନସ୍ବାସ୍ଥ୍ୟବିଭାଗ ଆଖିକୁ ସମ୍ପୂର୍ଣ୍ଣ ଦେଖା ଯାଉନଥିବାରୁ ଶତପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରିଥିଲେ ମଧ୍ୟ ଏବେବି ୧ହଜାର ଟଙ୍କା ଭତ୍ତା ପାଉଛନ୍ତି। ଏହାମଧ୍ୟରେ ପରିବାର ଲୋକେ ବାରମ୍ବାର ପଞ୍ଚାୟତ ଏବଂ ବ୍ଲକ ଦୌଡ଼ିଥିଲେ ମଧ୍ୟ ବର୍ଦ୍ଧିତଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ତେବେ କେବେ ପ୍ରଶାସନର ଦୃଷ୍ଟିପଡିବ ଏବଂ କେବେ ରୁକ୍ମଣୀର ଦୁଃଖଯିବ ତାକୁ ସମସ୍ତଙ୍କର ଅପେକ୍ଷା।

You might also like