ରାଜ୍ୟର ସବୁ ଚାଷୀଙ୍କ ହେବ ଇ- କେୱାଇସି
ରାଜ୍ୟ କାହାଣୀ (ଭୁବନେଶ୍ୱର )ରାଜ୍ୟର ସମସ୍ତ ଚାଷୀଙ୍କର ହେବ ଇ- କେୱାଇସି । ଯାହା ଦ୍ୱାରା ନକଲି ଚାଷୀ ଧରାପଡିବେ । ଅଗଷ୍ଟ ୨୦ ତାରିଖ ଯାଏଁ ପଞ୍ଜୀକରଣ ଚାଲିବ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ମନ୍ତ୍ରୀ ପାତ୍ର କହିଛନ୍ତି, “ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ ସମୟରେ ଚାଷୀମାନଙ୍କର e-KYC କରାଯିବ। ଏହି ପ୍ରକ୍ରିୟାରେ ଚାଷୀଙ୍କ ଫିଙ୍ଗର ପ୍ରିଣ୍ଟ ଏବଂ ଆଖି ସ୍କାନ କରାଯିବ, ଯାହା ଦ୍ୱାରା ଅସଲି ଚାଷୀଙ୍କୁ ଚିହ୍ନଟ କରାଯାଇ ପାରିବ ଏବଂ ନକଲି ଚାଷୀମାନେ ସମ୍ପୃକ୍ତ ସୁବିଧାରୁ ବଞ୍ଚିତ ହେବେ।”ଏହି ପଦକ୍ଷେପ ରାଜ୍ୟରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡ଼ିକରେ ସ୍ୱଚ୍ଛତା ଆଣିବା ସହିତ ଅସଲି ଚାଷୀମାନଙ୍କୁ ସଠିକ ସୁବିଧା ଯୋଗାଇ ଦେବାରେ ସହାୟକ ହେବ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଯାଞ୍ଚ ପ୍ରକ୍ରିୟା ମାଧ୍ୟମରେ ସରକାରୀ ଅନୁଦାନ ଓ ସମର୍ଥନ କେବଳ ଅସଲି ଚାଷୀଙ୍କ ପାଇଁ ସୁନିଶ୍ଚିତ ହେବ।