ରାଉରକେଲା ବିମାନ କ୍ରାସ ଘଟଣାରେ ଜଣେ ମୃତ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଉରକେଲା ବିମାନ କ୍ରାସ ଘଟଣାରେ ଜଣେ ମୃତ । ଆଜି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶୁଶାନ୍ତ ବିଶ୍ୱାଳ । ମୁମ୍ବାଇ ଏୟାର ଲିଫ୍ଟ ପାଇଁ ପ୍ରସ୍ତୁତି ବେଳେ ମୃତ୍ୟୁ ଘଟିଛି।ଗତ ୧୦ ତାରିଖରେ ହୋଇଥିଲା ବିମାନ ଦୁର୍ଘଟଣାଆହତ ସୁନୀଲ ଅଗ୍ରୱାଲ ଓ ତାଙ୍କ ପତ୍ନୀ ସବିତା ଆଗ୍ରୱାଲଙ୍କୁ ମୁମ୍ୱାଇ ଏୟାରଲିଫ୍ଟ କରାଯାଇଥିଲା । ଶୁଶାନ୍ତ ବିଶ୍ୱାଳ ମଧ୍ୟ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ । ଭୁବନେଶ୍ବରରରୁ ରାଉରକେଲାକୁ ଅଭିମୁଖେ ୯-ସିଟ୍ ବିଶିଷ୍ଟ ଛୋଟ ଏକ ଘରୋଇ ବିମାନ ଉଡାଣ ଭରିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଉରକେଲା ଜଲଦା ନିକଟରେ ଲ୍ୟାଣ୍ଡିଂ କରିଥିଲା । ଦୁର୍ଘଟଣାରେ କ୍ୟାପଟେନ ନବୀନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।ଏହି ଦୁର୍ଘଟଣାରେ ପାଇଲଟ ସମେତ ୬ ଜଣ ଯାତ୍ରୀ ଆହତ ହୋଇଥିଲେ। ବିମାନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ କ୍ୟାପଟେନ୍ ନବୀନ ଖାଡେଙ୍ଗା, ତରୁଣ ଶ୍ରୀବାସ୍ତବ ରହିଥିବା ବେଳେ ୪ ଜଣ ଯାତ୍ରୀ ରହିଥିଲେ । ଯାତ୍ରୀମାନଙ୍କ ମଧ୍ୟରେ ସୁଶାନ୍ତ କୁମାର ବିଶ୍ୱାଳ, ଅନିତା ସାହୁ, ସୁନୀଲ ଅଗ୍ରଓ୍ୱାଲ, ସବିତା ଅଗ୍ରଓ୍ୱାଲ, ସବିତା ଅଗ୍ରଓ୍ୱାଲ ରହିଥିଲେ। ତେବେ ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତ ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

You might also like