ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କ ଉପରକୁ ଚେୟାର ମାଡ଼

ରାଜ୍ୟ କାହାଣୀ (ଭୁବନେଶ୍ୱର )ଜଟଣୀ ଥାନା ଛକରେ ପଡିଥିଲା ପାର୍ବତୀ ଗଣନାନ୍ୟ । ଆଉ ଚାଲିଥିଲା ଅପେରା ।ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ଡାନ୍ସରେ ମତୁଆଲା ଥିଲେ ଦର୍ଶକ। ଠିକ ସେହିସମାୟାରେ ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କ ଉପରକୁ ଚେୟାର ମାଡ଼ ହୋଥିଲା । ଆଗ ଧାଡ଼ିରେ ବସିଥିବା ଜଣେ ଯୁବକ ଠିଆ ହୋଇ ନିଶା ମହାରଣାଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ। ଏହି ଚେୟାର ମାଡ଼ରେ ନିଶାଙ୍କ ଦେହରେ ଆଘାତ ଲାଗିନଥିବା ଜଣାପଡ଼ିଛି। ନାଚ ବନ୍ଦ ହୋଇଯିବାରୁ କିଛି ଯୁବକ ଉତ୍ତ୍ୟକ୍ତ ହୋଇ ଚେୟାର ଫୋପାଡ଼ିଥିବା ଯୁବକଙ୍କୁ ନିସ୍ତୁକ ମାଡ଼ମାରି ଲାହୁଲୁହାଣ କରିଦେଇଥିଲେ । ପେଣ୍ଡାଲ ତଳେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । ଏହି ଆକ୍ରମଣ ପଛରେ ରାଜନୈତିକ ଆକ୍ରୋଶ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ।

You might also like