ମୋବାଇଲ ଟାୱାରକୁ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ରାଜ୍ୟକାହାଣୀ ( ଭୁବନେଶ୍ୱର )ମାନସିକ ଚାପରେ ଥିବା ଜଣେ ଯୁବକ ମୋବାଇଲ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ ।ସୋର ଥାନା ମୁବାରକପୁର ଗ୍ରାମର ନିତା ସାହୁ (୨୮) ପାରିବାରିକ କଳହ କାରଣରୁ ମାନସିକ ଚାପରେ ରହୁଥିଲେ। ଆଜି ସକାଳେ ମୋବାରକପୁର ଗ୍ରାମର ଶିବ ମନ୍ଦିର ନିକଟରେ ଥିବା ମୋବାଇଲ ଟାୱାରକୁ ଚଢି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ବୁଝାସୁଝା କରିଥିଲେ। ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ପହଁଚିବା ବେଳେକୁ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଉକ୍ତ ଯୁବକଙ୍କ ପତ୍ନୀ ବାହାଘରର ଅଳ୍ପ ଦିନ ପରେ ୪ ବର୍ଷ ହେବ ତାଙ୍କୁ ଛ‌ାଡ଼ି ଚାଲିଯାଇଥିଲେ। ଏହି କାରଣରୁ ସେ ପ୍ରାୟ ୪ ବର୍ଷ ହେବ ମାନସିକ ଅବସାଦ ଭିତରେ କାଳାତିପାତ କରୁଥିଲେ।

You might also like