ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ୧୧ଟି ଜିଲାକୁ ଅତିରିକ୍ତ ୫ କେଜି ଚାଉଳ ମାଗଣା

ରାଜ୍ୟ କାହାଣୀ (ଭୁବନେଶ୍ୱର )୭୯ତମ ସ୍ବାଧୀନତା ଦିବସ ଅବସରରେ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। କହିଛନ୍ତି, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅଧିକ ଚାଉଳ ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଚି । ୧୧ଟି ଜିଲ୍ଲାକୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ୮ କେବିକେ ଜିଲ୍ଲା ସହ ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ସୁବିଧା ମିଳିବ । ୩ ମାସ ପାଇଁ ୨୭ ଲକ୍ଷରୁ ଅଧିକ ପରିବାରକୁ ମିଳିବ ସୁବିଧା । ମୋଟ ୪୧ ହଜାର ୮୨ ମେଟ୍ରିକ ଟନ ଅତିରିକ୍ତ ଚାଉଳ ବଣ୍ଟନ କରାଯିବ । ରାଜ୍ୟ ସରକାର ନିଜ ପାଣ୍ଠିରୁ ପ୍ରାୟ ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବେ ।ସେହିପରି ମୁଖ୍ୟମନ୍ତ୍ରୀ ଆଗାମୀ ୫ ବର୍ଷରେ ୭୫,୦୦୦ କିଲୋମିଟର ଉଚ୍ଚମାନର ସଡ଼କ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ସହ ଇଞ୍ଚୁଡ଼ି, ବାହୁଡ଼ା, ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗରେ ୪ଟି ନୂଆ ବନ୍ଦର ନିର୍ମାଣ ପାଇଁ ଯୋଜନା ଘୋଷଣା କରିଛନ୍ତି, ଯାହା ରାଜ୍ୟର ଅର୍ଥନୀତି ଓ ସଂଯୋଗିକତାକୁ ମଜବୁତ କରିବ।

ରାଜ୍ୟର ମାତ୍ର ୧୭% ଜନସଂଖ୍ୟା ସହରାଞ୍ଚଳରେ ରହୁଥିବାରୁ ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପାଇଁ ୨୧ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗଠନ କରାଯିବ। ଏହା ସହରୀକରଣ ଓ ସ୍ଥାନୀୟ ପ୍ରଶାସନକୁ ଆହୁରି ସୁଦୃଢ଼ କରିବ।

You might also like