ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଶୁଭେଚ୍ଛା
ରାଜ୍ୟ କାହାଣୀ (ଭୁବନେଶ୍ୱର )କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା। ସମସ୍ତଙ୍କୁ ଅଭିନନ୍ଦନ ଓ ଜୁହାର ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମା’ ସମଲେଇଙ୍କ ଠାରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି କାମନା କଲେ ସିଏମ୍। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୟ ଜଗନ୍ନାଥ, ଜୟ ମାଁ ସମ୍ଲେଇ… “ସମ୍କୁ ମୋର ନୂଆଁଖାଇ ଜୁହାର୍”। ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣ ପର୍ବ ନୂଆଁଖାଇର ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଆମର୍ ମହାନ୍ ସଂସ୍କୃତି ଆଉର୍ ପରମ୍ପରା ର ବାର୍ତ୍ତା ବାହକ୍ ଆଏ ଇ ନୂଆଁଖାଇ ତିହାର୍ ।ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଖାଲି କୃଷିର ମହିମା ମଣ୍ଡନ କରେ ନାହିଁ। ଏହା ସହ ଭାରତୀୟ ଅସ୍ମିତାର ପ୍ରମୁଖ ଅଙ୍ଗ- ପରିବାର, ପାରିବାରିକ ସଂସ୍କାର ତଥା ମିଳିମିଶି ସହାବସ୍ଥାନର ସାରା ବିଶ୍ୱକୁ କାଳଜୟୀ ବାର୍ତ୍ତା ପ୍ରଦାନ କରେ। ନୂଆଁଖାଇ ଶୁଭ ଅବସରରେ ଆମ ରାଜ୍ୟର ଚାଷୀଭାଇ ତଥା ଆମ ସଭ୍ୟତାର ମୂଳ ଆଧାର ପରିବାର ବ୍ୟବସ୍ଥା ଚିରସ୍ଥାୟୀ ହେଉ ଏବଂ ସାରା ରାଜ୍ୟର ସୁଖ, ଶାନ୍ତି ଓ ପ୍ରଗତିର ନୂଆ ଯୁଗରେ ସାଢ଼େ ଚାରି କୋଟି ଓଡ଼ିଆ ସାମିଲ ହୁଅନ୍ତୁ, ଏହା ହିଁ କାମନା।ଅନ୍ୟପଟେ ପଶ୍ଚିମ ଓଡ଼ିଶାର ସମସ୍ତଙ୍କ ଘରେ ଘରେ ଚାଲିଛି ପିଠାପଣା ପ୍ରସ୍ତୁତି । ଇଷ୍ଟଦେବୀଙ୍କ ନିକଟରେ ନୂଆଧାନ ଲାଗି ହେବା ପରେ ପରିବାର ଖାଇବେ ନବାନ୍ନ ନୂଆଁଖାଇ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇପଡ଼ିଛି । ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ।