ମାର୍ଚ୍ଚ ୮ରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ମିଳିବ ୨ଟି କିସ୍ତିର ଟଙ୍କା

ରାଜ୍ୟକାହାଣୀ ( ଭୁବନେଶ୍ୱର )ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୮ରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ଟଙ୍କା ମିଳିବ। ନୂଆ ହିତାଧିକାରୀଙ୍କୁ ମିଳିବ ୨ଟି କିସ୍ତିର ଟଙ୍କା। ସୂଚନାମୁତାବକ ଗତ ମାର୍ଚ୍ଚ ୩୧ରେ ଯେଉଁମାନଙ୍କୁ ୨୧ ବର୍ଷ ବୟସ ହୋଇଥିବ ସେମାନେ ସୁଭଦ୍ରା ପୋର୍ଟାଲରେ ଅନଲାଇନ୍ ରେ ଆବେଦନ କରିପାରିବେ । ଆସନ୍ତା ମାର୍ଚ୍ଚ ଆଠରେ ସୁଭଦ୍ରା କିସ୍ତି ଟଙ୍କା ମିଳିବ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ନୂଆପଡ଼ା ଜିଲାକୁ ଛାଡି ଅନ୍ୟ ସମସ୍ତ ଅଞ୍ଚଳର ମହିଳା ଆବେଦନ କରିପାରିବେ। ରାଜ୍ୟରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଟପିଛି । ପ୍ରତିବର୍ଷ ରାଖୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ଦୁଇଟି କିସ୍ତିରେ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ସୁଭଦ୍ରା ଯୋଜନାରେ ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

You might also like