ମାଟ୍ରିକ ପରୀକ୍ଷା ଚାଲିଥିଲା, ହଲରେ ପହଞ୍ଚିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷାରେ ସ୍ୱଚ୍ଛତା, ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଜି ପରୀକ୍ଷାର ପ୍ରଥମ ଦିନରେ କିପରି ଭାବରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ତାହାର ଅନୁଧ୍ୟାନ ପାଇଁ ଭୁବନେଶ୍ୱର ୟୁନିଟ୍-୧ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ସମସ୍ତ ପ୍ରକାରର ବ୍ୟବସ୍ଥା ପରିଚାଳନାକୁ ଗୁରୁତ୍ବ ଦେଇଥିଲେ । ମନ୍ତ୍ରୀ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

You might also like