ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ମିଳିଲା ଅଶୋକ ଚକ୍ର ସମ୍ମାନ

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ପ୍ରଥମ ଭାରତୀୟ ଭାବେ ଯାତ୍ରା କରି ଇତିହାସ ରଚିଥିବା ଶୁଭାଂଶୁ ଶୁକ୍ଳାଙ୍କୁ ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭାଂଶୁଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି।ଅଶୋକ ଚକ୍ର ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ସାମରିକ ସମ୍ମାନ ।

ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କୁ ଶାନ୍ତିକାଳୀନ ସର୍ବୋଚ୍ଚ ବୀରତା ସମ୍ମାନ ଅଶୋକ ଚକ୍ର ପ୍ରଦାନ କରାଯାଇଛି । ୨୦୨୫ ଜୁନ ୨୫ରେ ଐତିହାସିକ ଆକ୍ସିଅମ ମିଶନ-୪ରେ ସେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ଯାତ୍ରା କରିଥିଲେ । ଚାରି ଦଶନ୍ଧିରୁ ଅଧିକ ସମୟ ପରେ ପ୍ରଥମ ଭାରତୀୟ ଭାବେ ସେ ମହାକାଶ କେନ୍ଦ୍ରକୁ ଯାଇଥିଲେ । ଆଇଏସ୍ଏସ୍‌ରେ ଦୀର୍ଘ ୧୮ ଦିନ ରହଣୀ କରିଥିଲେ । ଏହି ସମୟ ଭିତରେ ସେ ୬୦ଟି ବୈଜ୍ଞାନିକ ପରୀକ୍ଷା କରିଥିଲେ । ସେଥିରୁ ଇସ୍ରୋର ୭ଟି ପରୀକ୍ଷା ସାମିଲ ଥିଲା ।ଏହାବ୍ୟତୀତ ସଶସ୍ତ୍ର ବଳର ୭୦ ଜଣଙ୍କୁ ବୀରତ୍ୱ ସମ୍ମାନ ଦେବା ପାଇଁ ରାଷ୍ଟ୍ରପତି ମଞ୍ଜୁର କରିଛନ୍ତି। ସେଥିରୁ ୩ ଜଣଙ୍କୁ କୀର୍ତ୍ତିଚକ୍ର, ୧୩ ଶୌର୍ଯ୍ୟଚକ୍ର ପ୍ରଦାନ କରାଯିବ। ସେହିପରି ଜଣଙ୍କୁ ବାର୍‌ ଟୁ ସେନା ମେଡାଲ ଦିଆଯିବ।

You might also like