ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବାତ୍ୟା ସମୀକ୍ଷା କରି କହିଛନ୍ତି ,ବିଶେଷ କରି ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାରେ ପ୍ରଭାବ ପଡିପାରେ । ଯଦି ବି ବାତ୍ୟା ଦିଗ ପରିବର୍ତ୍ତନ କରେ ତାହେଲେ ବି ପ୍ରସ୍ତୁତ । ସରକାର ଲୋକମାନଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ଯେଉଁମାନେ ଆବଶ୍ୟକ କରୁଛନ୍ତି ସେମାନଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ସରକାର ନାଗରିକମାନଙ୍କୁ ରିଲିଫ୍ କ୍ୟାମ୍ପରେ ରହିବା ଏବଂ କୌଣସି ଗୁଜବରେ ଧ୍ୟାନ ନ ଦେବାକୁ ଅନୁରୋଧ କରିଛନ୍ତି। ତେବେ ଅକ୍ଟୋବର ୨୬ ତାରିଖ ଠାରୁ ୨୯ ପର୍ଯ୍ୟନ୍ତ ସମୁଦ୍ର ଅସ୍ଥିର ରହିବ । ସମ୍ଭାବିତ ବାତ୍ୟା ସମୟରେ ଅକ୍ଟୋବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ପବନର ବେଗ ଘଣ୍ଟା ପିଛା ୩୫ରୁ ୬୦ କିମି ରହିବ। ଏହା ଘଣ୍ଟା ପିଛା ସର୍ବାଧିକ ୭୦କିମି ହୋଇପାରେ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା,ବଲାଙ୍ଗୀର, ବୌଦ୍ଧ, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର,ଭଦ୍ରକ ଓ ଯାଜପୁର ଉପରେ ପ୍ରଭାବ ପଡିପାରେ |

You might also like